fbpx

ରକ୍ଷାବନ୍ଧନ ଲାଗି ପୁରା ୬ ଦିନ ମାଗଣାରେ ବସ୍ ରେ ଯାତ୍ରା କରିବେ ମହିଳା, ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବଡ ଉପହାର

ଗାଜିଆବାଦ: ଏଥର ରକ୍ଷାବନ୍ଧନରେ ଭଉଣୀମାନଙ୍କୁ ଯାତାୟତରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏଥିପାଇଁ ଉତ୍ତରପ୍ରଦେଶ ସରକାର ମହିଳାମାନଙ୍କ ଲାଗି ଯାତାୟତର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଚଳିତ ବର୍ଷ ଗାଜିଆବାଦରୁ ୨୦୦ ଅତିରିକ୍ତ ବସ୍ ଚଳାଚଳ କରିବ । ଏହି ବସ୍ ୬ ଦିନ ପର୍ଯ୍ୟନ୍ତ ଚଳାଚଳ କରିବ ଓ ମହିଳା ଯାତ୍ରୀ ମାଗଣାରେ ଏହି ବସ୍ ରେ ଯାତ୍ରା କରିପାରିବେ । ଏଠାରେ ସୂଚାଇଦିଆଯାଇପାରେ ଯେ, ଅଗଷ୍ଟ ୩୦ ତାରିଖରେ ପୁରା ଦେଶରେ ଧୁମଧାମରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଉଛି ।

ଉତ୍ତରପ୍ରଦେଶ ସଡକ ବିଭାଗ ପ୍ରବନ୍ଧ ନିର୍ଦ୍ଦେଶକ ଏନ୍. କେ. ବର୍ମା କହିଛନ୍ତି ପୂର୍ବରୁ ଚାଲୁଥିବା ବହୁ ବସ୍ ର ଟେକନିକ୍ ଠିକ୍ କରାଯାଉଛି । ବର୍ମା କହିଛନ୍ତି ରକ୍ଷାବନ୍ଧନ ଦିନ ମହିଳାମାନେ ଯେପରି ବସ୍ ରେ ଛିଡା ହୋଇ କିମ୍ବା ଓହଳି ଯାତ୍ରା ନ କରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି । ରାଜ୍ୟର କୌଶାମ୍ବୀ ବସ୍ ଡିପୋରୁ ୧୬୨ ବସ୍, ଗାଜିଆବାଦରୁ ୫୮, ସାହିବାବାଦରୁ ୧୮୦ ଅତିରିକ୍ତ ବସ୍ ଚଳାଚଳ କରିବ । ଏହାବ୍ୟତିତ ବ୍ୟାକଅପରେ କିଛି ବସ୍ ମଧ୍ୟ ରେଡି କରି ରଖାଯାଇଛି ।

Get real time updates directly on you device, subscribe now.