fbpx

ଗ୍ୟାସ୍ ଗୋଦାମରେ ନିଆଁ ଲାଗି ଜଣେ ମୃତ

ସମ୍ବଲପୁର: ଗ୍ୟାସ ଗୋଦାମରେ ନିଆଁ ଲାଗି ଜଣେ ମୃତ । ସମ୍ବଲପୁର ଅଇଁଠାପାଲି ଥାନା କାଇଁସିରୀ ଗାଁର ଏକ ଏଲପିଜି ଗ୍ୟାସ ଗୋଦାମରେ ନିଆଁ ଲାଗି ଜଣକର ମୃତ୍ୟୁ ହୋଇଛି ।

ସୂଚନା ଅନୂଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ସମୟରେ ଏହି ଗ୍ୟାସ ଗୋଦାମରେ ନିଆଁ ଲାଗିଥିଲା । ଏହି ସମୟରେ ଗୋଦାମରେ ଶୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୄତ ବ୍ୟକ୍ତି ଜଣକ ହେଲେ ରାଜା ରଣବିରା । ତାଙ୍କ ଘର ଖଣ୍ଡୁଆଲ ଗ୍ରାମର ବୋଲି ଜଣାପଡିଛି । ତେବେ ଏହି

ଅଗ୍ନିକାଣ୍ଡ ଘଟଣାରେ ସମ୍ବଲପୁର ଅଗ୍ନିଶମ କେନ୍ଦ୍ର ର ଟିମ୍ ପହଞ୍ଚି ନିଆକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି । ସେପଟେ ଗୋଦାମଟି ବିନା ଅନୁମତିରେ ଚାଲୁଥିବା ନେଇ ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.