OSSC ଶାରୀରିକ ପରୀକ୍ଷାରେ ଅଘଟଣ, ଚାଲିଗଲା ପରୀକ୍ଷାର୍ଥୀଙ୍କ ପ୍ରାଣ

ଦୌଡ଼ ପରୀକ୍ଷାରେ ଚାଲିଗଲା ଜୀବନ!

ସୁନ୍ଦରଗଡ଼: ଓଏସଏସସି ଶାରୀରିକ ପରୀକ୍ଷାରେ ଅଘଟଣ ଖବର ସାମ୍ନାକୁ ଆସିଛି। ଦୌଡ଼ିବା ସମୟରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ରହିଛି। ସୂଚନାନୁଯାୟୀ, ଆଜି ପରୀକ୍ଷାର୍ଥୀଙ୍କ ପାଇଁ ଚାଲିଥିଲା ଶାରୀରିକ ପରୀକ୍ଷା। ମୃତକ ଜଣକ ରାଉରକେଲାର ବୋଲି ଜଣାପଡିଛି।

ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ପାଇଁ ଚାଲିଥିଲା ଶାରୀରିକ ପରୀକ୍ଷା। ଚାଲିଥିଲା ୨୫ କିଲୋମିଟରର ଦୌଡ଼ ପରୀକ୍ଷା। ଭବାନୀପୁରରୁ ବାରଗାଡ଼ ଯାଏଁ ଚାଲିଥିଲା ଦୌଡ଼। କିରେଇ ନିକଟରେ ଅଚେତ ହୋଇଥିଲେ ଏହି ପରୀକ୍ଷାର୍ଥୀ। ସଙ୍ଗେସଙ୍ଗେ ତାଙ୍କୁ ମେଡିକାଲ ନେବା ପରେ ଡାକ୍ତର ପରୀକ୍ଷାର୍ଥୀଙ୍କୁ ମୃତ ଘୋଷଣା କରିଥିଲେ।