fbpx

OYO ଆଇପିଓ: ଓଡ଼ିଆ ପୁଅ ରୀତେଶଙ୍କ ଲମ୍ବାଡିଆଁ; ଖୁବଶୀଘ୍ର ହେବେ ୯ ବିଲିୟନ୍ ଡଲାର କମ୍ପାନୀର ମାଲିକ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡିଆ ପୁଅ ରୀତେଶ ଅଗ୍ରୱାଲଙ୍କ ଓୟୋ ହୋଟେଲ୍ସ ଆଣ୍ଡ ରୁମସର ଆଇପିଓ ଲଞ୍ଚ ହେବାକୁ ଯାଉଛି । ସଫ୍ଟବ୍ୟାଙ୍କ ନିବେଶରେ ଚାଲୁଥିବା ଓୟୋ ପାଇଁ ଖୁସି ଖବର । ଆଇପିଓ ଲଞ୍ଚ ପୂର୍ବରୁ ତିନୋଟି ବୃହତ୍ତର ବ୍ୟାଙ୍କ କମ୍ପାନୀର ବୋର୍ଡକୁ ଆସିଥିବା ନେଇ ଖବର ପ୍ରକାଶ ପାଇଛି । ସୋମବାର ମିଳିଥିବା ସୂଚନା ମୁତାବକ ଜେପି ମୋର୍ଗାନ, କୋଟାକ ମହିନ୍ଦ୍ରା କ୍ୟାପିଟାଲ ଓ ସିଟି ବ୍ୟାଙ୍କକୁ ଓୟୋ ପକ୍ଷରୁ ସର୍ଟଲିଷ୍ଟ କରାଯାଇଛି । ଏହି ୩ ବ୍ୟାଙ୍କ ନିବେଶ ପାଇଁ ଆଗକୁ ଆସିବା ପରେ ବଜାରରୁ ୧.୨ ବିଲିୟନ୍ ଡଲାର ନିବେଶର ଲକ୍ଷ୍ୟ ରଖିଥିବା ଜଣାପଡିଛି ।

ରୀତେଶଙ୍କ ଦ୍ୱାରା ୨୦୧୩ରେ ସ୍ଥାପିତ ଏହି କମ୍ପାନୀରେ ସଫ୍ଟ ବ୍ୟାଙ୍କ, ସିକ୍ୱୋଆ କ୍ୟାପିଟାଲ, ଲାଇଟସ୍ପିଡ, ଡିଡି ଚକ୍ସିଙ୍ଗ ଏବଂ ଗ୍ରାବ ନିବେଶକ ଭାବରେ ରହିଛନ୍ତି । ଜୁଲାଇ ୧୬ରେ ପ୍ରକାଶିତ ଆର୍ôଥକ ରିପୋର୍ଟରେ କମ୍ପାନୀ ୬୬୦ ମିଲିୟନ କ୍ଷତିରେ ଚାଲୁଥିବା ଦର୍ଶାଯାଇଥିଲା । ଏହାର ଗୋଟିଏ ଦିନ ପରେ କମ୍ପାନୀ ଆଇପିଓ ଲଞ୍ଚ ସମ୍ପର୍କରେ ଘୋଷଣା କରାଯାଇଥିଲା । ୨୦୧୩ରେ ଲଞ୍ଚ କରାଯାଇଥିବା ଓୟୋ ୧ ଲକ୍ଷରୁ ଅଧିକ ହୋଟେଲ ସହିତ କାମ କରୁଥିବା ବେଳେ ୮୦ ଟି ଦେଶର ୮୦୦ରୁ ଅଧିକ ସହରରେ ଏହାର ସେବା ଯୋଗାଉଛି ।

Get real time updates directly on you device, subscribe now.