fbpx

ପାକିସ୍ତାନରେ ଝିଅମାନଙ୍କ କବରରରେ ତାଲା ପକାଉଛନ୍ତି ପିତା-ମାତା, ଶବ ସହିତ ହେଉଛି ରେପ୍: ରିପୋର୍ଟ

ଇସଲାମ।।ଦ: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସେଠାରେ ଅନେକ ପିତାମାତା ସେମାନଙ୍କର ମୃତ ଝିିଅମାନଙ୍କୁ କବରରେ ତାଲା ପକାଇ ସେମାନଙ୍କୁ ବଳାତ୍କାରରୁ ରକ୍ଷା କରୁଛନ୍ତିି । ଦୈନିକ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଦେଶରେ ନେକ୍ରୋଫିଲିଆ ଅର୍ଥାତ୍ ମୃତ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ବଢ଼ିବାରେ ଲାଗିଛି ।

ରିପୋର୍ଟ ହିସାବରେ, ପାକିସ୍ତାନରେ ପ୍ରତି ଦୁଇ ଘଣ୍ଟାରେ ଜଣେ ମହିଳାଙ୍କ ବଳାତ୍କାର ହେଉଛନ୍ତି, କିନ୍ତୁ ମୃତ ଝିିଅମାନଙ୍କୁ ବଳାତ୍କାର ମାମଲା ଅତ୍ୟନ୍ତ ଲଜ୍ଜାଜନକ । “The Curse of God, why I left Islam”ର ଲେଖିକା ହାରିସ୍ ସୁଲତାନ ଏଥିପାଇଁ ମୌଳିକବାଦୀ ଧାରଣାକୁ ଦାୟୀ କରିଛନ୍ତି । ହାରିସ୍ କହିଛନ୍ତି ଯେ, ପାକିସ୍ତାନର ମୌଳିକବାଦୀ ଲୋକମାନେ ଏପରି ଏକ ସମାଜ ସୃଷ୍ଟି କରିଛନ୍ତି ଯେ ପିତାମାତାମାନେ ନିଜ ଝିଅର ମୃତ ଦେହର ସୁରକ୍ଷା ପାଇଁ କବର ଉପରେ ତାଲା ପକାଇବାକୁ ପଡୁଛି ।

ଲୋକମାନେ କ’ଣ କହିଥିଲେ?
ଲୋକମାନେ ଏଥିପାଇଁ ମୌଳିକବାଦୀଙ୍କୁ ଦାୟୀ କରୁଛନ୍ତି । ୨୦୧୧ ରେ ନେକ୍ରୋଫିଲିଆର ସବୁଠାରୁ ବିପଜ୍ଜନକ ମାମଲା ସାମ୍ନାକୁ ଆସିଥିଲା । ଯେତେବେଳେ ସମାଧିସ୍ଥଳର ରକ୍ଷଣାବେକ୍ଷଣା କରୁଥିବା କରାଚିର ମହମ୍ମଦ ରିଜୱାନଙ୍କୁ ଗିରଫ କରାଯାଇଥିଲା ।

ମହମ୍ମଦ ରିଜୱାନ୍ କହିଥିଲେ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସେ ୪୮ ଜଣ ମହିଳାଙ୍କ ମୃତଦେହ ସହ ଶାରୀରିକ ସମ୍ପର୍କ ରଖିଛନ୍ତି । ମାନବାଧିକାର କମିଶନ କହିଛନ୍ତି ଯେ ପାକିସ୍ତାନର ୪୦ ପ୍ରତିଶତରୁ ଅଧିକ ମହିଳା ଏକ ସମୟରେ ହିଂସାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ସରକାର ଏହି ପ୍ରସଙ୍ଗରେ କିଛି କହି ନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନରେ ମହିଳା ଓ ଝିଅମାନଙ୍କ ସୁରକ୍ଷା ପାଇଁ ସେମାନଙ୍କ କବର ଉପରେ ଲୁହା ଫାଟକ ଏବଂ ଏହାର ଲାତ।। ଲଗାଯାଉଛି, କିନ୍ତୁ ଏହା ପରେ ମଧ୍ୟ ଏହା ବନ୍ଦ ହେବାର ନାମ ନେଉନାହିଁ । ଏହି ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ ଏବଂ ଭୟାନକ ବୋଲି ସବୁ ସ୍ତରରେ ନିନ୍ଦା କରାଯାଉଛି ।

Get real time updates directly on you device, subscribe now.