fbpx

ପଳାଶୁଣୀରେ କାର-ଟ୍ରକ୍ ଧକ୍କା: ଘଟଣାସ୍ଥଳରେ ପ୍ରାଣ ହରାଇଲେ କାର ଡ୍ରାଇଭର, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ଘଟଣା କେମିତି ବି ଆସିପାରେ । ରାଜଧାନୀ ଭୁବନେଶ୍ୱର ସ୍ଥିତ ପଳାଶୁଣିରେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ କାର ଡ୍ରାଇଭର ଜଣଙ୍କ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି । ପଳାଶୁଣି ଛକ ନିକଟରେ କାର ଓ ଟ୍ରକ ମଧ୍ୟରେ ଘଟିଥିଲା ଭୟାବହ ଦୁର୍ଘଟଣା । କାରର ସାମ୍ନା ପଟ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଥିବା ବେଳେ ଡ୍ରାଇଭର ଜଣକ ଚାପି ହୋଇ ଫସି ଯାଇଥିଲେ ।

ଚାପି ହୋଇଯିବା ସହିତ ଡ୍ରାଇଭର ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ପରେ କାରଟିକୁ କଟାଯାଇ ଡ୍ରାଇଭରଙ୍କୁ ବାହାରକୁ ଅଣାଯାଇଥିଲା । ଟ୍ରକଟି କେବଳ କାରକୁ ଧକ୍କା ଦେଇନଥିଲା ବରଂ ଆହୁରି ୩ଟି ଗାଡିକୁ ମଧ୍ୟ ଧକ୍କା ଦେଇଥିଲା । ଏହି ଘଟଣାରେ ୩ ଜଣ ଗୁରୁତର ହୋଇ ପଡିଥିବା ବେଳେ ସମସ୍ତ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦେଖନ୍ତୁ ଭିଡିଓ…..

Get real time updates directly on you device, subscribe now.