ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର, ଆଇନ ମନ୍ତ୍ରୀ ଦେଲେ ସୂଚନା

ପ୍ରତି ପଞ୍ଚାୟତରେ ପାରା ଲିଗାଲ ଭଲ୍ୟୁଣ୍ଟର

ଭୁବନେଶ୍ୱର: ମହିଳା ଏବଂ ଶିଶୁ ସୁରକ୍ଷା ନେଇ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ମହିଳା ବିରୋଧୀ ଅପରାଧ ହେଲେ ପୀଡ଼ିତାଙ୍କୁ ସାହାଯ୍ୟ କରିବେ ଏହି ପାରା ଲିଗାଲ ଭଲ୍ୟୁଣ୍ଟର।