କୃଷ୍ଣପ୍ରସାଦ: ମଏଁଶାକୁଦ ନିକଟ ଚିଲିକାରେ ଫସିଲା ଡଙ୍ଗା । ଯାନ୍ତ୍ରିକ ତ୍ରୁଟିରୁ ୩୦ ମିନିଟରୁ ଅଧିକ ସମୟ ହେବ ଡଙ୍ଗା ଫସି ରହିଛି ।
ଡଙ୍ଗାରେ ୧୦ଟି ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ମଧ୍ୟ ଫସି ରହିଛନ୍ତି । ଜହ୍ନିକୁଦାରୁ ସରତପଡ଼ା ଯାଉଥିଲା ଏହି ଯାତ୍ରୀବାହୀ ଡଙ୍ଗା ।
ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ।
ବର୍ଷର ପ୍ରଥମ ରବିବାର କାରଣରୁ ଚିଲିକାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି । ଡଙ୍ଗାରେ ବହୁ ଲୋକ ଯାଆସ କରୁଥିବାବେଳେ ଫସିଥିବା ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରୟାସ ।