fbpx

ରଜରେ ଅଘଟଣ: ଓଲଟିଲା ଯାତ୍ରୀବାହୀ ବସ୍‌, ୧୦ରୁ ଉର୍ଦ୍ଧ୍ୱ ଆହତ

AAKASH

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ୫୭ ନଂ ଜାତୀୟ ରାଜପଥ ବଗୁନିଆ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ବସଟି ଓଲଟପଡ଼ିଥିିଲା । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.