fbpx

ସୁନ୍ଦରଗଡ଼ ରେପ୍ କେସ୍: ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲଦଣ୍ଡ

Advertisement

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଦୁଷ୍କର୍ମକାରୀଙ୍କୁ ହୋଇଛି ୨୫ ବର୍ଷର ଜେଲଦଣ୍ଡ । ଅଭିଯୁକ୍ତ ଟୁନୁ କିଷାନ ଓ ପ୍ରହ୍ଲାଦ କିଷାନଙ୍କୁ ଜେଲଦଣ୍ଡର ରାୟ ଶୁଣାଇଛନ୍ତି ପକ୍ସୋ କୋର୍ଟ । ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ମିଳିଛି ଜେଲଦଣ୍ଡ । ୨୫ ବର୍ଷ ଜେଲଦଣ୍ଡ ସମେତ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଦଣ୍ଡାଦେଶ ହୋଇଛି । ଆଇନସେବା ଅଥରିଟି ଜରିଆରେ ପୀଡିତାଙ୍କୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସୁନ୍ଦରଗଡ଼ ବଣାଇ ଅଞ୍ଚଳରେ ୨୦୧୪ ମସିହାରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା ।

Get real time updates directly on you device, subscribe now.