fbpx

ଅନଲାଇନ୍‌ ପେମେଣ୍ଟ ବିବାଦକୁ ନେଇ କ୍ୟାବ୍‌ ଡ୍ରାଇଭରଙ୍କୁ ମାଡ଼ ମରିଲେ ପେଟ୍ରୋଲ ପମ୍ପରେ କର୍ମଚାରୀ, ଜଣେ ଅଟକ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଅନଲାଇନ୍‌ ପେମେଣ୍ଟକୁ ନେଇ କ୍ୟାବ୍‌ ଡ୍ରାଇଭରଙ୍କୁ ଆକ୍ରମଣ ଅଭିଯୋଗରେ ଭୁବନେଶ୍ୱରର ନିଳାଦ୍ରୀବିହାର ପେଟ୍ରୋଲ ପମ୍ପରେ ଉତ୍ତେଜନା ଦେଖାଦେଇଛି । ପେଟ୍ରୋଲ ପମ୍ପ କର୍ମଚାରୀ ଡ୍ରାଇଭରଙ୍କୁ ମାଡ ମାରିଥିବା ଅଭିଯୋଗ କରି ଏବଂ ସମ୍ପକ୍ତ କର୍ମଚାରୀଙ୍କ ଗିରଫ ଦାବିରେ ଶତାଧିକ କ୍ୟାବ୍‌ ଡ୍ରାଇଭର ପେଟ୍ରୋଲ ପମ୍ପରେ ଧାରଣା ଦେଇଥିଲେ । ଅଭିଯୋଗ ପରେ ପୋଲିସ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ସୂଚନା ମିଳିଛି ।

ସୂଚନା ମୁତାବିକ,  ରବିବାର ମଧ୍ୟାହ୍ନରେ ଦେବାଶିଷ ପୁହାଣ କ୍ୟାବ ଡ୍ରାଇଭାର ନିଳାଦ୍ରୀବିହାର ପେଟ୍ରାେଲ ପମ୍ପରେ ସିଏଜି ଭରିବାକୁ ଯାଇଥିଲେ।୫୮୨ ଟଙ୍କାର ସିଏନଜି ଭରିବାକୁ କର୍ମଚାରୀଙ୍କୁ କହିଥିଲେ । ଏ ବାବଦକୁ ଫୋନ୍‌ ପେ ଆପ୍‌ରେ ଦେବାଶିଷ ପେମେଣ୍ଟ କରିଥିଲେ । ହେଲେ ମେସିନ୍‌ରେ ପେମେଣ୍ଟ ଦେଖାଇନଥିଲା । ସିଏନଜି ଭରିଥିବା କର୍ମଚାରୀ କହିଥିଲେ ଆମ ପାଖକୁ ଟଙ୍କା ଆସିନାହିଁ ମୋତେ କ୍ୟାସ ଦିଅନ୍ତୁ । ପେମେଣ୍ଟ ସଫଳ ହୋଇଥିବା ମୋବାଇଲରେ ଫୋନ୍ ପେ ଆପ୍ ଦେଖାଇଥିଲେ ଦେବାଶିଷ । କର୍ମଚାରୀ ଜଣଙ୍କ ଏଥିରେ ରାଜି ନହୋଇ ହଠାତ ରାଗି ଯାଇ ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥାକଟାକଟି  ହୋଇଥିଲା । ଏହା ଦେଖି ଅନ୍ୟ ପେଟ୍ରୋଲ ପମ୍ପ କର୍ମଚାରୀମାନେ ପହଞ୍ଚି ଦେବାଶିଷଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। କର୍ମଚାରୀଙ୍କ ମାଡ଼ରେ ଦେବାଶିଷଙ୍କ ଆଖିରେ ଓ ଦେହରେ ଗଭୀର ଆଘାତ ଲାଗିଥିଲା । ଏହି ଖବର ଦେବାରୁ ତାଙ୍କ ଭାଇ ଆସି ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ । ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ ପେଟ୍ରୋଲ ପମ୍ପ କର୍ମଚାରୀ । ଏ ଖବର ପ୍ରଚାରିତ ହେବା ପରେ ୫୦ରୁ ଊଦ୍ଧ୍ୱର୍ କ୍ୟାବ୍‌ ଡ୍ରାଇଭର ପହଞ୍ଚି ପେଟ୍ରୋଲ ପମ୍ପ ଘେରାଉ କରିଥିଲେ । ନ୍ୟାୟ ଦାବି କରି ହୋ ହାଲ୍ଲା କରିଥିଲେ । ପୁଲିସ ପହଞ୍ଚି ମାଡ଼ ମାରିଥିବା ଜଣେ କର୍ମଚାରୀଙ୍କୁ ଅଟକ ରଖିଛି ।

 

Get real time updates directly on you device, subscribe now.