fbpx

ବାହାରେ ଥିବା ଗାଡ଼ିରୁ ଏମିତି ଚୋରି ହେଉଛି ପେଟ୍ରୋଲ: ସାମ୍ନାକୁ ଆସିଲା Video

Advertisement

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଆଜିକାଲି ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି । ପେଟ୍ରୋଲ-ଡିଜେଲ ବ୍ୟତୀତ ସିଏନଜି, ଖାଇବା ତେଲ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ମହଙ୍ଗା ହେବାରେ ଲାଗିଛି । ଏଥିପାଇଁ ଲୋକମାନେ ଗାଡ଼ି ଚଳାଇବାକୁ ଡରୁଥିବା ବେଳେ ପେଟ୍ରୋଲ ଚୋରି ହେଉଥିବାର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ସାମ୍ନାକୁ ଆସିଛି ଏକ ଲାଇଭ ଭିଡିଓ, ଯେଉଁଥିରେ ବାହାରେ ଥିବା ଗାଡ଼ିରୁ ପେଟ୍ରୋଲ ଚୋରି ହେଉଥିବା ଦେଖିବାକୁ ମିଳିଛୁ ।

ଆପଣମାନେ ବି ବାହାରେ ଗାଡି ରଖୁଥିଲେ ସାବଧାନ ହୋଇଯାଆନ୍ତୁ । ନହେଲେ ଆପଣଙ୍କ ଗାଡି ସହ ଘଟିପାରେ ଏପରି ଅଘଟଣ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି କି, ଭାଇରାଲ ଭିଡିଓରେ ଛୋଟ ପିଲାଟି ଗାଡ଼ିରୁ ପେଟ୍ରୋଲ ଚୋରି କରୁଛି ।

ଭିଡିଓକୁ ଦେଖିଲେ ଜଣାପଡୁଛି କି, ହୁଏତ ସେ କିଛି ସମୟ ପୂର୍ବରୁ ବଟଲ ରଖିଯାଇଥିଲା । ଆଉ ପେଟ୍ରୋଲ ଭରି ହେବା ପରେ ଆସି ବୋତଲ ଧରି ଛୁ ମାରିଥିଲା । ଯେଉଁମାନେ ବାହାରେ ଗାଡି ରଖନ୍ତି କିମ୍ବା ଗାଡିରୁ ପେଟ୍ରୋଲ କୁଆଡେ ଗାୟବ ହେଉଛି ବୋଲି ଭାବୁଥିବେ ଏ ଦୃଶ୍ୟ ଦେଖି ହୁଏତ ତାର ଉତ୍ତର ପାଇ ଯାଇଥିବେ ।

ତେବେ ଏହି ପେଟ୍ରୋଲ ଚୋରି ଘଟଣା ବ୍ରହ୍ମପୁର ଶାସ୍ତ୍ରୀନଗରରେ ହୋଇଛି, ଯାହାର ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଥିଲା । ଆଉ ଏବେ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି । କେତେ ଚାଲାକିର ସହ ପିଲାଟି ପେଟ୍ରୋଲ ଚୋରି କରୁଛି, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଭିଡିଓକୁ ୟୁଜରମାନେ ପସନ୍ଦ କରୁଛନ୍ତି ତ ଆଉ କେତେକ ତାକୁ ନେଇ ବିଭିନ୍ନ କମେଣ୍ଟ ଦେଉଛନ୍ତି ।

Get real time updates directly on you device, subscribe now.