fbpx

EPFO ନିୟମରେ ପରିବର୍ତ୍ତନ: ଏଣିକି କରୋନା ଚିକିତ୍ସା ପାଇଁ ଆପଣ PFରୁ ଉଠାଇପାରିବେ ଟଙ୍କା

Advertisement

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଯୋଗୁଁ ପୁଣି ଥରେ ଲକଡାଉନ୍ ଓ ଚାକିରି ଯିବାର ଲୋକଙ୍କ ସାମ୍ନାରେ ଆର୍ଥିକ ସଙ୍କଟ ଉପୁଜିଛି । ଏଭଳି ପରିସ୍ଥିତିରେ ଯଦି କୌଣସି ବ୍ୟକ୍ତି କରୋନା ପଜିଟିଭ ହୁଅନ୍ତି, ତେବେ ଚିକିତ୍ସା ପାଇଁ ଟଙ୍କା ଯୋଗାଡ କରିବା ଏକ ବଡ ଚ୍ୟାଲେଞ୍ଚ ହୋଇଛି । ଏହି କାରଣରୁ ଲୋକଙ୍କୁ ଆର୍ଥିକ ସଙ୍କଟରୁ ବାହାର କରିବାକୁ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହା ଅଧିନରେ EPFO ଦ୍ୱିତୀୟ ଥର ପାଇଁ PFରୁ ଟଙ୍କା ଉଠାଇବାର ନିୟମକୁ ପରିବର୍ତ୍ତନ କରିଛି । ବର୍ତ୍ତମାନ କରୋନା ମହାମାରୀର ଚିକିତ୍ସଦା ପାଇଁ ଲୋକମାନେ PFରୁ ଟଙ୍କା ବାହାର କରିପାରିବେ ।

ଏହା ପୂର୍ବରୁ ମାର୍ଚ୍ଚ ୨୦୨୦ରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ, ଯେଉଁଥିରେ EPFO ସଦସ୍ୟମାନେ PFର ୭୦ ପ୍ରତିଶତ ବା ୩ ମାସର ବେସିକ୍ ଭତ୍ତା ବା ମହଙ୍ଗା ଭତ୍ତା ଉଠାଇପାରିବେ । ଏହା ବ୍ୟତିତ ଆପଣ ଘର କରିବାକୁ PFରୁ ଟଙ୍କା ଉଠାଇପାରିବେ ।

Get real time updates directly on you device, subscribe now.