fbpx

ଘୁଞ୍ଚିଲା ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଦାଖଲ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଦାଖଲ କରିବାର ଅବଧି ଘୁଞ୍ଚିଛି । ସମ୍ପତ୍ତି ତାଲିକା ଦାଖଲ ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ଘୁଞ୍ଚିବା ନେଇ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ଜଣାଯାଇଛି । ଏନେଇ ସମସ୍ତ ସରକାରୀ ବିଭାଗ, ଆରଡି ବିଭାଗକୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ । ଏହା ପୂର୍ବରୁ ଜୁନ୍ ୩୦ ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧୀ ଲଢେଇ ପାଇଁ ଆହ୍ୱାନ ଦେଇଛନ୍ତି । ଗତ ଏକ ବର୍ଷ ମଧ୍ୟରେ ରାଜ୍ୟର ଅନେକ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବା ସହ ସେମାନଙ୍କ ପେନସନ ବନ୍ଦ କରିଛନ୍ତି । ଏହି ଦୁର୍ନୀତି ବିରୋଧୀ ଲଢେଇକୁ ଆଗକୁ ନେବାକୁ ସେ କେତେକ ପ୍ରସ୍ତାବ ବିଜେଡ଼ି ରାଜ୍ୟ ପରିଷଦ ଆଗରେ ରଖିଥିଲେ । ଏହି ପ୍ରସ୍ତାବ ଅନୁସାରେ ସରପଞ୍ଚଙ୍କଠାରୁ ମନ୍ତ୍ରୀ ଯାଏ ଓ ସରକାରୀ କର୍ମଚାରୀଙ୍କଠାରୁ ମୁଖ୍ୟ ଶାସନ ସଚିବ ଯାଏ ସମସ୍ତେ ପ୍ରତି ବର୍ଷ ଲୋକାୟୁକ୍ତଙ୍କ ନିକଟରେ ସମ୍ପତ୍ତି ତାଲିକା ଦାଖଲ କରିବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.