Breaking: ଜୈବିକ ପଦ୍ଧତିରେ ପ୍ରସ୍ତୁତ ଚାଉଳରେ ରନ୍ଧାହେବ ଅବଢ଼ା, ମହାପ୍ରଭୁଙ୍କ ଆଶୀର୍ବାଦ ଥିଲେ ଏହା ସମ୍ଭବ ବୋଲି କହିଲେ ସଚିବ

ପୁରୀ: ଅବଢ଼ା ପ୍ରସ୍ତୁତିକୁ ନେଇ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ଶ୍ରୀନ୍ଦିର ପ୍ରଶାସନ । ଜୈବିକ ପଦ୍ଧତିରେ ପ୍ରସ୍ତୁତ ଚାଉଳରେ ଅବଢ଼ା ପାଇଁ ପ୍ରସ୍ତାବ ଦିଆଯାଇଛି । ଜୈବିକ ଫାର୍ମିଂ କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ସଚିବ ଅରବିନ୍ଦ ପାଢ଼ୀ ଏହି ପ୍ରସ୍ତାବ ଦେଇଛନ୍ତି ।

ବର୍ତ୍ତମାନ ଶ୍ରୀମନ୍ଦିରରେ ପ୍ରସ୍ତୁତ ଅବଢ଼ାରେ ବ୍ୟବହୃତ ଚାଉଳ ରାସାୟନିକ ସାରରେ ପ୍ରସ୍ତୁତ । କିନ୍ତୁ ଜୈବିକ ପଦ୍ଧତି ଚାଉଳ ଦ୍ୱାରା ଅବଢ଼ା ପ୍ରସ୍ତୁତ ହେଲେ ଭଲ ହେବ । ମହାପ୍ରଭୁଙ୍କ ଆଶୀର୍ବାଦ ଥିଲେ ଏହା ସମ୍ଭବ ହେବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି ।

ପ୍ରତିଦିନ ଶ୍ରୀମନ୍ଦିରକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ଲାଗି ରହିଛି । ସଭିଙ୍କ ଆଶା ଥାଏ ପ୍ରଭୁଙ୍କ ଦର୍ଶନ କରିବା ସାଙ୍ଗକୁ ମହାପ୍ରସାଦ ଖାଇ ସ୍ୱଗୃହକୁ ଫେରିବେ । ଯେଉଁଥି ପାଇଁ ଠାକୁରଙ୍କ ଦର୍ଶନ ପରେ ମହା ପ୍ରସାଦ ପାଇଁ ଭକ୍ତ ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି ।

ପ୍ରତିଦିନ ରୋଷଘରେ ୫୬ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗେ । ଯେଉଁଥିରେ ୬୦ ପଉଟିରେ ତିଆରି ଅନ୍ନ ମଧ୍ୟ ସରଷା ଯାଏ ।