ପୁଣି ଆପ୍ କୁ ଝଟକା ; ମଦ ଦୁର୍ନୀତି ମାମଲାରେ ରାଘବ ଚଡ୍ଡାଙ୍କ ନାଁ !

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ତଥା ଆପ୍ ପାର୍ଟିର ଅତି ଜଣାଶୁଣା ଚେହେରା ରାଘବ ଚଡ୍ଡା । ଏଥର ଚର୍ଚ୍ଚା ଅଭିନେତ୍ରୀ ପରିଣୀତିଙ୍କ ସହ ତାଙ୍କ ବିବାହ କୁ ନେଇ ନୁହେଁ, ବରଂ ମଦ ଦୁର୍ନୀତିରେ ଫସିଛନ୍ତି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟିର ନେତା ତଥା ସାଂସଦଚ ରାଘବ ଚଡ୍ଡାଙ୍କ ନାଁ ସାମ୍ନାକୁ ଆସିଛି । ଏବେ ଇଡିଙ୍କ ନଜରରେ ରହିଛନ୍ତି ରାଘବ ଚଡ୍ଡା । ଇଡିର ସପ୍ଲିମେଣ୍ଟ୍ରୀ ଚାର୍ଜସିଟ୍ ରେ ମନୀଷ ସିସୋଦିଆ ପରେ ରାଘବଙ୍କ ନାଁ ରହିଛି । ମଦ ଦୁର୍ନୀତି ମାମଲାରେ ପୂର୍ବରୁ ମନୀଷ ସିସୋଦିଆ ଜେଲରେ ଥିବା ବେଳେ ଏବେ ସାଂସଦ ରାଘବ ଚଡ୍ଡାଙ୍କ ନାଁ ଆସିବା ନିଶ୍ଚିତ ଭାବରେ ଦଳ ପାଇଁ ଏକ ଝଟକା ସାବ୍ୟସ୍ତ୍ୟ ହେବ ।

ମନୀଷ ସିସୋଡିଆଙ୍କ ପିଏ ସି ଅରବିନ୍ଦ ଇଡିଙ୍କୁ କହିଛନ୍ତି ଯେ ପୂର୍ବତନ ଡେପୁଟି ସିଏମଙ୍କ ଘରେ ଏକ ବୈଠକ ହୋଇଥିଲା। ସେହି ବୈଠକରେ ରାଘବ ଚଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ସିସୋଡିଆଙ୍କ ଘରେ ଅନୁଷ୍ଠିତ ବୈଠକରେ ଏକ୍ସାଇଜ୍ ପଲିସି ସ୍କାମରେ ଅଭିଯୁକ୍ତ ବିଜୟ ନାୟାର ଏବଂ ପଞ୍ଜାବ ଏକ୍ସାଇଜ୍ ନିର୍ଦ୍ଦେଶାଳୟର ଅନେକ ଅଧିକାରୀ ମଧ୍ୟ ପଞ୍ଜାବର ଏକ୍ସାଇଜ୍ କମିଶନର ବରୁଣ ରୋଜାମଙ୍କ ଯୋଗ ଦେଇଥିଲେ ।

ଏହାପୂର୍ବରୁ ଏପ୍ରିଲ ୨୫ ରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ପ୍ରଥମ ଥର ପାଇଁ ମନୀଷ ସିସୋଦିଆଙ୍କୁ ଏହି ମାମଲାରେ ସିବିଆଇ କୋର୍ଟରେ ଦାଖଲ ହୋଇଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଅଭିଯୁକ୍ତ ଭାବରେ ଦର୍ଶାଇଥିଲା । ସପ୍ଲିମେଣ୍ଟାରୀ ଚାର୍ଜସିଟରେ ବାବୁ ଗୋରାଣ୍ଟଲା, ମଦ ବ୍ୟବସାୟୀ ଅମାନଦୀପ ସିଂ ଧଲ ଏବଂ ଅର୍ଜୁନ ପାଣ୍ଡେଙ୍କୁ ମଧ୍ୟ ନାମିତ ରହିଛି । ଦୁର୍ନୀତି ନିବାରଣ ଆଇନର ଧାରା ବ୍ୟତୀତ ଏମାନଙ୍କୁ ଆଇପିସି ଧାରା ୧୨୦-ବି (ଅପରାଧିକ ଷଡଯନ୍ତ୍ର), ୨୦୧ ଏବଂ ୪୨୦ ଅନୁଯାୟୀ ଅଭିଯୋଗ ଲଗାଯାଇଛି ।