fbpx

IRCTCର ୱେବସାଇଟ୍ ୨ ଘଣ୍ଟା ପାଇଁ ଠପ୍, ସକାଳରୁ ଟିକେଟ୍ ବୁକିଂରେ ସମସ୍ୟା

ନୂଆଦିଲ୍ଲୀ : ଭାରତୀୟ ରେଳବାଇର ଟିକେଟ୍ ବୁକିଂ ୱେବସାଇଟ୍ ଆଇଆରସିଟିସି ଶୁକ୍ରବାର ସକାଳେ ଠପ୍ ହୋଇଛି । ସାଇଟରେ ଟିକେଟ୍ ବୁକିଂ କରିବାରେ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନବିଟି ରିପୋର୍ଟ ଅନୁଯାୟୀ, ଡାଉନ୍ ଡିଟେକ୍ଟର ମଧ୍ୟ ଏହାକୁ ନିଶ୍ଚିତ କରିଛି ।

ଟ୍ରାକିଂ ୱେବସାଇଟ୍ ଅନୁଯାୟୀ, ଆଜି ସକାଳ ୭ ଟାରୁ ସକାଳ ୯ ଟା ପର୍ଯ୍ୟନ୍ତ ଆଇଆରସିଟିସିରେ ଆଉଟେଜର ସମସ୍ୟା ହୋଇଥିଲା ।

ଡାଉନ୍ ଡିଟେକ୍ଟର ଅନୁଯାୟୀ ଉଭୟ ଆଇଆରସିଟିସି ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ ସେବା ବ୍ୟାହତ ହୋଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଅନେକ ଲୋକ ଏହା ଉପରେ ଅଭିଯୋଗ କରିଥିଲେ । ଏ ବାବଦରେ ରେଳବାଇ ଜବାବ ଦେଇଛି ।

ରେଳବାଇ ଏହାର କାରଣ ଦର୍ଶାଇଥିଲା :-
ସୂଚନା ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ରେଳବାଇ ଏବଂ ପୂର୍ବ ରେଳବାଇର ସର୍ଭର ବିଫଳତା ହେତୁ ସକାଳ ୪:୫୫ ରୁ ଟିକେଟ୍ ବୁକିଂରେ ସମସ୍ୟା ରହିଛି । ସର୍ଭର ବନ୍ଦ ହେତୁ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ଟିକେଟ୍ ବୁକିଂ ପ୍ରକ୍ରିୟାକରଣ ଠପ୍ ହୋଇଗଲା । ସର୍ଭର ବନ୍ଦ ହେତୁ ଏହା ତକ୍ରାଳ ଏବଂ ସାଧାରଣ ଟିକେଟ୍ ନେଉଥିବା ଲୋକଙ୍କ ପାଇଁ ଅସୁବିଧାର କାରଣ ପାଲଟିଥିଲା ।

Get real time updates directly on you device, subscribe now.