ଚାରିଆଡ ହୋଇଯିବ ଅନ୍ଧାର, କମ୍ପିବ ଆକାଶ… କାଲି ଗରମରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ୱସ୍ତି, କାଳବୈଶାଖୀ ସମ୍ଭାବନା । କାଲିଠୁ ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ।

ଘଡ଼ି ଘଡ଼ି ସହ ହାଲୁକା ବର୍ଷା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ।

ମାର୍ଚ୍ଚ ମାସରୁ ଦିନର ତାପମାତ୍ରା ୪୦ ଡିଗ୍ରୀ ପାର୍ ହୋଇଥିବାବେଳେ ଗରମରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇଛନ୍ତି ।

୧୦ଟା ପରେ ଘରୁ ବାହାରକୁ ବାହାରିବା ଏକ ପ୍ରକାର ବନ୍ଦ ହୋଇଯାଇଛି ।

ଗତ ୨୫ ତାରିଖ ଯାଏଁ  ରାଜ୍ୟରେ କାଳବୈଶାଖୀ ବର୍ଷା ତାଣ୍ଡବ ରଚିବା ନେଇ ଆକଳନ କରିଥିଲା ପାଣିପାଗ କେନ୍ଦ୍ର। କାଳବୈଶାଖୀର ପ୍ରଭାବରେ ବର୍ଷା, ପବନ ସାଙ୍ଗକୁ କୁଆପଥର ମାଡ଼ ମଧ୍ୟ ହୋଇଥିଲା ।

କାଳବୈଶାଖୀ ବର୍ଷା ନେଇ ୧୮ ଜିଲ୍ଲାକୁ ସତର୍କତା ଜାରି କରାଯାଇଥିଲା । ୧୨ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା ।

ସେହିପରି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ କେନ୍ଦ୍ର।  ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଓ କାଁଭାଁ ସ୍ଥାନରେ କୁଆ ପଥର ବର୍ଷା ସମ୍ଭାବନା ଥିଲା ।  ବର୍ଷା ପ୍ରଭାବରେ ୩ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ। ମାର୍ଚ୍ଚ ୨୫ରୁ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇଥିଲା ।