ନୂଆଦିଲ୍ଲୀ: ରାଜସ୍ଥାନର ଡାଉସାରୁ ଶନିବାର ଦିନ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ସ୍କୁଲରେ ଦଶମ ଶ୍ରେଣୀର ଛାତ୍ରର ହୃଦଘାତରେ ମୃତ୍ୟୁ ହୋଇଛି । ମୃତ ଛାତ୍ରଙ୍କ ନାମ ୟେତେନ୍ଦ୍ର ଉପାଧ୍ୟାୟ ଏବଂ ତାଙ୍କ ବୟସ ୧୬ ବର୍ଷ ।
ଖାସ୍ କଥା ହେଉଛି ସେ ତାଙ୍କ ଜନ୍ମଦିନକୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୫ ଜୁଲାଇରେ ପାଳନ କରିଥିଲେ । ପରିବାର ସଦସ୍ୟ କହିଛନ୍ତି ଯେ ଛାତ୍ର ଜଣକ ହୃଦଘାତରେ ଚିକିତ୍ସିତ ହେଉଥିଲେ ।
ବାଣ୍ଡିକୁଇ ସହରର ଏକ ଘରୋଇ ବିଦ୍ୟାଳୟରେ ଶନିବାର ଦିନ ପ୍ରାୟ ୭ ଟା ସମୟରେ ସେ ସ୍କୁଲ ବାରଣ୍ଡା ପାର ହୋଇ ଶ୍ରେଣୀ ଭିତରକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ସମୟ ମଧ୍ୟରେ ସେ ହଠାତ୍ ଝୁଣ୍ଟି ପଡ଼ି ବାରଣ୍ଡାରେ ପଡ଼ିଗଲେ ଏବଂ ଆଉ ଉଠି ପାରିନଥିଲେ ।
ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ୟେତେନ୍ଦ୍ର ବାରଣ୍ଡାରେ ପଡ଼ିଥିବାର ନଜର ଆସିଛନ୍ତି । ଏହା ପରେ ପାଖରେ ବସିଥିବା ଜଣେ ସ୍କୁଲ କର୍ମଚାରୀ ତାଙ୍କ ଆଡକୁ ଦୌଡ଼ିଯାଇ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ସେ ହଲଚଲ ନହେବାରୁ ସ୍କୁଲ ପ୍ରଶାସନ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଡାକ୍ତରଖାନାରେ ଡ୍ୟୁଟିରେ ଥିବା ଡାକ୍ତର ପୱନ ଜରୱାଲ କହିଛନ୍ତି ଯେ ‘ସ୍କୁଲ କର୍ମଚାରୀମାନେ ପିଲାଟିିକୁ ଡାକ୍ତରଖାନାକୁ ଆଣିଥିଲେ । ଯେତେବେଳେ ତାଙ୍କୁ ଅଣାଯାଇଥିଲା ତାଙ୍କ ହାର୍ଟ ବିଟ୍ ଚାଲୁନଥିଲା । ଆମେ ସିପିଆର ଦେଇଥିଲୁ, କିନ୍ତୁ କିଛି ଫାଇଦା ମିଳିନଥିଲା ।
#Watch: राजस्थान के दौसा जिले से शनिवार को एक चौंकाने वाला मामला सामने आया, जहां 10वीं क्लास के एक छात्र की स्कूल में हार्ट फेल होने से मौत हो गई। मृत छात्र का नाम यतेन्द्र उपाध्याय था और उसकी उम्र 16 साल थी। यह घटना बांदीकुई के एक निजी स्कूल में हुई जिसका CCTV फुटेज भी सामने आया… pic.twitter.com/q1DEuYsWSK
— Hindustan (@Live_Hindustan) July 6, 2024