fbpx

କୌଣସି ଶକ୍ତି ଆମର ଇଞ୍ଚେ ବି ଜାଗା ନେଇ ପାରିବ ନାହିଁ: ପ୍ରତିରକ୍ଷା ମନ୍ତ୍ରୀ

ଲଦାଖ, ୧୭ା୭: ଲଦାଖରେ ଭାରତୀୟ ଯବାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମ୍ବୋଧନ କରିଛନ୍ତି । ଲଦାଖରେ ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ ଚୀନ ସହ କଥାବାର୍ତ୍ତା ଜାରି ରହିଛି । ଏହା କେତେ ଦୂର ସମାଧାନ ହୋଇପାରିବ, ତାର ଗ୍ୟାରେଣ୍ଟି ଦେଇ ହେବନାହିଁ । କିନ୍ତୁ ବିଶ୍ୱର କୌଣସି ଶକ୍ତି ଆମର ଇଞ୍ଚେ ବି ଜାଗା ନେଇ ପାରିବ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିଲେ ସବୁଠୁ ଭଲ ହେବ । କିନ୍ତୁ ଆମର ସ୍ୱାଭିମାନକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କଲେ ଛଡ଼ାଯିବନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.