fbpx

କପଲରୁ କେବଳ ରୁମମେଟ୍ ପାଲଟି ଯାଇନାହାନ୍ତି ତ ଆପଣ ! ପତି-ପତ୍ନୀଙ୍କ ସଂପର୍କକୁ ଦ୍ରୁତ ଗତିରେ ପ୍ରଭାବିତ କରିଥାଏ ଏହି ଲକ୍ଷଣ

ଓଡ଼ିଶା ଭାସ୍କର:ଯେତେବେଳେ ଦୁଇ ଜଣ ଅଜଣା ବ୍ୟକ୍ତି ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ଓ ସାରା ଜୀବନ ସାଥି ହୋଇ ରହିବେ ବୋଲି ଶପଥ ନେଇଥାନ୍ତି ସେତେବେଳେ ଉଭୟଙ୍କ ମଧ୍ୟରେ ପରସ୍ପରର ଆବଶ୍ୟକତାକୁ ପୂରଣ କରିବାକୁ ଚ୍ୟାଲେଞ୍ଜ ବି ରହିଥାଏ । ଏହି ଆବଶ୍ୟକତା ସେମାନଙ୍କ ଭାବନାତ୍ମକ ନିବିଡତାକୁ ବି ଆହୁରି ମଜଭୁତ କରିଥାଏ ଓ ଦମ୍ପତିଙ୍କ ମଧ୍ୟରେ ସମସ୍ତ ପ୍ରକାର ଦୂରତ୍ୱକୁ କମ୍ କରିଥାଏ । କିନ୍ତୁ ଯେତେବେଳେ ସମୟ ସହିତ ଏପରି ବି ପରିସ୍ଥିତି ଉପୁଜିଥାଏ ଯେତେବେଳେ ବ୍ୟସ୍ତବହୁଳ ଜୀବନ ଭିତରେ ବ୍ୟକ୍ତି କ୍ଲାନ୍ତ ଅନୁଭବ କରିଥାଏ ଓ ଏହାର ପ୍ରଭାବ ସଂପର୍କ ଉପରେ ପଡିଥାଏ । ଏପରି ସ୍ଥିତିରେ ସେମାନେ ଗୋଟିଏ ରୁମ୍‌ରେ ଲଭବାର୍ଡ ପରିବର୍ତ୍ତେ କେବଳ ରୁମମେଟ୍ ପରି ଜୀବନ ବିତାଇଥାନ୍ତି । ଏପରି ସଂପର୍କ ବୋଝ ବନିଯାଏ ଓ ବ୍ୟକ୍ତି ମାନସିକ ରୂପରେ ନିଜକୁ ଏକଲା ଓ ରିଜେକ୍ଟେଡ୍ ମନେ କରିଥାଏ ।

ରିିଲେସନସିପ୍ ଏକ୍ସପର୍ଟଙ୍କ ମତରେ ବିବାହରେ ରୁମମେଟ୍ ସିଣ୍ଡ୍ରୋମ ଆସିବା କାରଣରୁ ପରିବାରରେ କଥା କଥାରେ କଳି ଝଗଡା, ଯୁକ୍ତି ତର୍କ, ପିଲାଙ୍କ ଲାଳନପାଳନରେ ସମସ୍ୟା, ଏକଲାପଣ, ମାନସିକ ଚାପ ଆଦି ଅନୁଭୂତ ହୋଇଥାଏ ।

ରୁମମେଟ୍ ସିଣ୍ଡ୍ରୋମକୁ ଏହିପରି ନିଜ ସଂପର୍କରୁ ଦୂରେଇ ରଖନ୍ତୁ:  ଏହି ସିଣ୍ଡ୍ରୋମ ଦେଖାଦେଲେ ଆପଣ ପାର୍ଟନରଙ୍କ ଖରାପ ଗୁଣ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ତାଙ୍କ ଭିତରେ ଥିବା ଭଲ ଗୁଣ ଉପରେ ଧ୍ୟାନ ଦିଅନ୍ତୁ । ଦାୟିତ୍ୱ ବଢିଯାଇଥିବାରୁ ଆପଣଙ୍କ ମଧ୍ୟରେ ଦୂରତା ଆସିଥାଇପାରେ କିନ୍ତୁ ଏହା କ୍ଷଣସ୍ଥାୟୀ ବୋଲି ଭାବିବେ ।

ବହୁ ସମୟରେ ପାର୍ଟନର ଏହା ଅନୁଭବ କରିଥାଏ କି ଆପଣଙ୍କ ମନରେ ତାଙ୍କ ଲାଗି ସ୍ପେଶାଲ ଭାବନା ନାହିଁ । ତେଣୁ ଏପରି ସ୍ଥିତିରେ ପାର୍ଟନରଙ୍କ ଖୁସି ଲାଗି ମଝିରେ ମଝିରେ କିଛି ଛୋଟ ଛୋଟ ଜିନିଷ କରନ୍ତୁ । ଏଇ ଯେପରି ଘରକୁ ଆସିବା ବେଳେ ତାଙ୍କ ମନ ପସନ୍ଦର ଖାଦ୍ୟ ଧରି ଆସିବା କିମ୍ବା ତାଙ୍କ ପସନ୍ଦର ପୋଷାକ ଧରି ଆସିବା ।

ଯଦି ଆପଣଙ୍କୁ ଲାଗୁଛି କି ଜୀବନ ନିରାଶଜନକ ଓ ବୋରିଂ ହୋଇଯାଉଛି ତେବେ ଏଥିରେ କିଛି ପରିବର୍ତ୍ତନ ଆଣିବା ଜରୁରୀ । ଏଥିପାଇଁ ଆପଣ ରୁଟିନ୍ ଲାଇଫ୍‌ରେ ପରିବର୍ତ୍ତନ ଆଣନ୍ତୁ । ଏକାଠି ମିଶି ମର୍ଣ୍ଣିଂ ୱାକ କରିବା, ମୁଭି ଦେଖିଯିବା, କିଚେନ୍‌ରେ ଏକାଠି ମିଶି ଖାଦ୍ୟ ପ୍ରସ୍ତୁତ କରିବା କିମ୍ବା କିଛି ମଜାଦାର କାମ ବି ମିଳିମିଶି କରିପାରିବେ ।

Get real time updates directly on you device, subscribe now.