fbpx

OAS ସ୍ତରରେ ଅଦଳବଦଳ : ୯ ବରିଷ୍ଠ ଓଏଏସଙ୍କ ବଦଳି ସହ ୧୦ଜଣଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଗୁରୁବାର ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ ଓ ପଦୋନ୍ନତି କରିଛନ୍ତି । ୯ଜଣ ବରିଷ୍ଠ ଓଏଏସଙ୍କ ବଦଳି ହୋଇଥିବାବେଳେ ୧୦ଜଣଙ୍କର ପଦୋନ୍ନତି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସମ୍ବଲପୁର ଜିଲ୍ଲାପରିଷଦ କାର୍ଯ୍ୟନିବାହୀ ଅଧିକାରୀ ବରିଷ୍ଠ ଓଏଏସ୍ ଦିଲ୍ଲୀପ କୁମାର ବଳଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେ ନିକଟରେ ସାଧାରଣ ପ୍ରଶାସନ ବିଭାଗରେ ଯୋଗ ଦେଇଥିଲେ ।

ସେହିପରି ବରିଷ୍ଠ ଓଏଏସ୍ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କୁ କଟକସ୍ଥିତ ଜମିଜମା ରେକର୍ଡ ଓ ସର୍ଭେର ଅତିରିକ୍ତ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବାବେଳେ କଟକରେ ଅତିରିକ୍ତ ଜିଲ୍ଲାପାଳ ଥିବା ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ବରଗଡ଼ ଅତିରିକ୍ତ ଜିଲ୍ଲାପାଳ କୃତିବାସ ରାଉତଙ୍କୁ ଖୋର୍ଦ୍ଧା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ତଥା ସିଡିଓ ଭାବେ ବଦଳି ହୋଇଛି ।

ଖୋର୍ଦ୍ଧା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀଗନ୍ତ ରାଉତରାୟଙ୍କୁ କଟକ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ଜଣାପଡିଛି । ସେହିପରି ୧୦ଜଣ ଓଏଏସ୍ ଅଫିସରଙ୍କୁ ସୁପରଟାଇମ ସ୍କେଲକୁ ପଦୋନ୍ନତି ମିଳିଛି । ସେମାନେ ହେଲେ ପ୍ରଭାତ କୁମାର ସାହୁ, ଅକ୍ଷୟ କୁମାରଖେମୁଦୁ, ସୋମନାଥ ମାଝୀ, ସୁଚେତା ମହାପାତ୍ର, ହରପ୍ରିୟା ଦାଶ, ଅମୀୟ କୁମାର ରାଉତ, ପ୍ରେମାଂଶୁ ଚାନ୍ଦ, ତପନ କୁମାର ଖୁଣ୍ଟିଆ, ସପନ କୁମାର ନନ୍ଦ ଓ ପ୍ରଦୀପ କୁମାର ସାହୁ ।

Get real time updates directly on you device, subscribe now.