ଆଫଗାନିସ୍ତାନରେ ମହିଳାମାନଙ୍କ ଉପରେ ବଢ଼ିଲା ପ୍ରତିବନ୍ଧକ: ସ୍କୁଲ-ଚାକିରି ପରେ ଏବେ ପାର୍କ ଏବଂ ମେଳାରେ ମଧ୍ୟ ପ୍ରବେଶ ନିଷେଧ
ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଏକ ବଡ ସାମ୍ନାକୁ ଆସୁଛି । ଦେଶର ରାଜଧାନୀ କାବୁଲରେ ମହିଳାମାନଙ୍କୁ ସର୍ବସାଧାରଣ ପାର୍କ ଏବଂ ମେଳାରେ ପ୍ରବେଶ କରିବାକୁ ବାରଣ କରିଛି ତାଲିବାନ । ଏହି ନୂଆ ନିୟମ ଏହି ସପ୍ତାହରେ କାର୍ଯ୍ୟକାରୀ ହୋଇଛି । ଏହା ଅଧୀନରେ ମହିଳାମାନେ ସର୍ବସାଧାରଣ ସ୍ଥାନରେ ପ୍ରବେଶ କରିପାରିବେ ନାହିଁ । ଏଠାରେ ମହିଳାମାନଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଛି । ଏହାପୂର୍ବରୁ ତାଲିବାନ ସରକାର ଆଫଗାନିସ୍ତାନ ମହିଳାମାନଙ୍କୁ ଘର ବାହାରେ କାମ କରିବାକୁ ବାରଣ କରିଥିଲେ ।
ଏହା ବ୍ୟତୀତ ଏଠାରେ ଥିବା ବିଦ୍ୟାଳୟରେ ପୁଅ ଏବଂ ବାଳିକାଙ୍କ ମଧ୍ୟରେ ଭେଦଭାବ ମଧ୍ୟ ଦେଖାଯାଉଛି । ଷଷ୍ଠ ଶ୍ରେଣୀ ପରେ ଝିିଅମାନଙ୍କୁ ଶିକ୍ଷା ପାଇବାକୁ ଆଫଗାନିସ୍ତାନ ସରକାର ଅନୁମତି ଦେଇନାହାଁନ୍ତି । ଜଣେ ମହିଳା ଏହା ଉପରେ କହିଛନ୍ତି ଯେ, ଏଠାରେ ସ୍କୁଲ ନାହିଁ କିମ୍ବା ମହିଳାଙ୍କ ପାଇଁ କାମ ନାହିଁ । ଆମର କେବଳ ଗୋଟିଏ ସ୍ଥାନ ଥିଲା, ଏଠାରେ ମଧ୍ୟ ପ୍ରବେଶ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏଠାରେ ଥିବା ମହିଳାମାନେ ଏହି ଅତ୍ୟାଚାରରେ ବିରକ୍ତ ହୋଇଗଲେଣି ବୋଲି ସେ କହିଛନ୍ତି ।
ତେବେ ଆଫଗାନିସ୍ତାନରେ ମହିଳାଙ୍କ ଉପରେ ପ୍ରତିବନ୍ଧକ ଲଗାତାର ଭାବେ ବୃଦ୍ଧି ପାଉଛି । ତାଲିବାନ ସମସ୍ତ ମହିଳାଙ୍କୁ ସର୍ବସାଧାରଣରେ ମୁହଁ ଘୋଡାଇବାକୁ ନିର୍ଦ୍ଦେଶ ଦେଇସାରିଛି । କେବଳ ଏତିକି ନୁହେଁ, ସରକାର ମହିଳାମାନଙ୍କୁ ମନୋରଞ୍ଜନ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ଏବଂ ପୁରୁଷମାନଙ୍କ ସହିତ ପାର୍କକୁ ଯିବାକୁ ମଧ୍ୟ ଅନୁମତି ଦେଇନାହାଁନ୍ତି ।