ଭାରତର ବିଦେଶ ନୀତିକୁ ଋଷର ପ୍ରଂଶସା: ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ କହିଲେ ପ୍ରକୃତ ଦେଶଭକ୍ତ

ଋଷ ବିଦେଶ ମନ୍ତ୍ରୀ ସରଗେ ଲାବରୋବ ଭାରତର ବିଦେଶ ନୀତିକୁ ଖୁବ୍ ପ୍ରଶଂସା କରିଛନ୍ତି । ଅନ୍ତରାଷ୍ଟ୍ରୀୟ ଚାପରେ ନଆସି ଭାରତ ନିଜର ବିଦେଶ ନୀତି ଉପରେ ନିଷ୍ପତ୍ତି ନେଇଥିବାକୁ ନେଇ ସରଗେ ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ପ୍ରଶଂସା କରିବା ସହ କହିଛନ୍ତି ଯେ ଏସ ଜୟଶଙ୍କର ଭାରତର ପ୍ରକୃତ ଦେଶଭକ୍ତ । ସରଗେ ଲାବରୋବ କହିଛନ୍ତି ଯେ ଋଷ ସହ ବାଣିଜ୍ୟକୁ ନେଇ ଭାରତ ଉପରେ ବିଶ୍ୱରୁ ପଡ଼ୁଥିବା ଚାପ ପରେବି ଭାରତ ନିଜ ନିଷ୍ପତ୍ତିରେ ଅଟଳ ରହିଛି ଏବଂ ନିଜ ହିସାବରେ ହିଁ ବିଦେଶ ନୀତି ତିଆରି କରିଛି । ଯାହା ବହୁତ ବଡ଼ କଥା ।

ସରଗେ କହିଛନ୍ତି ଯେ ଆମେ ଆମ ନିଜ ଦେଶ ପାଇଁ ଏହି ଆଧାରରେ ନିଷ୍ପତ୍ତି ନେଉଛି ଯେ ଭାରତ ନିଜ ବିକାଶ ଏବଂ ସୁରକ୍ଷାକୁ ନେଇ କ’ଣ ଚାହୁଛି । ଆମେ ସେହି ସବୁ ଦେଶଙ୍କ ସହଯୋଗ ପାଇଁ ପ୍ରସ୍ତୁତ ଯେଉଁମାନେ ଋଷ ଉପରେ ଅନ୍ତରାଷ୍ଟ୍ରୀୟ ପ୍ରତିବନ୍ଧକ ସତ୍ତେ୍ୱ ମଧ୍ୟ ଋଷ ସହ ସମ୍ପର୍କ ରଖିଛନ୍ତି ଭାରତ ମଧ୍ୟ ସେମାନଙ୍କ ମଧ୍ୟରୁ ଗୋଟିଏ ।

ଉଲ୍ଲେଖନୀୟ ବିଷୟ ହେଉଛି, ଋଷରୁ ଅଶୋଧିତ  ତେଲ କିଣୁଥିବା ଭାରତ ଋଷକୁ ଚିକିତ୍ସା ଉପକରଣ ଦେବାକୁ ରାଜି ହୋଇଛି । ପାଶ୍ଚାତ୍ୟ ଦେଶଗୁଡିକ ଋଷ ଉପରେ ଅନେକ ଆର୍ଥିକ ଏବଂ ବାଣିଜ୍ୟିକ ପ୍ରତିବନ୍ଧକ ଲଗାଇଛନ୍ତି, ଯେଉଁଥିପାଇଁ ଋଷରେ ଚିକିତ୍ସା ଉପକରଣର ଅଭାବ ରହିଛି  । ଏଭଳି ପରିସ୍ଥିତିରେ ଋଷ ପୁଣିଥରେ ସାହାଯ୍ୟ ପାଇଁ ଭାରତ ଅନୁରୋଧ କରିଛି, ଭାରତ ମଧ୍ୟ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ ଅଛି ।