fbpx

ୟୁକ୍ରେନ ଯୁଦ୍ଧ ସମୟରେ ରୁଷ ପ୍ରତିରକ୍ଷା ମନ୍ତ୍ରୀ ହୃଦଘାତର ଶିକାର, ପୁଟିନଙ୍କ ସହ ଥିଲା ମତଭେଦ

Advertisement

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ତେବେ ଗତ କିଛି ଦିନ ଧରି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ଦେଖିବାକୁ ମିଳିନଥିଲା। ଖବର ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ହୃଦଘାତର ଶିକାର ହୋଇଛନ୍ତି। ଏହାର କାରଣ ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ। ଏହା ମଧ୍ୟ କୁହାଯାଉଛି ୟୁକ୍ରେନ ଉପରେ ଆକ୍ରମଣ ପାଇଁ ୨୦ ଜେନେରାଲଙ୍କୁ ଗିରଫ କରାଯାଇଛି।

ମିଡିଆ ରିପୋର୍ଟ୍ସ ଅନୁଯାୟୀ, ୨୦୧୨ରୁ ରୁଷ ରାଷ୍ଟ୍ରପତିଙ୍କ ନିକଟତର ସହଯୋଗୀ ରହିଥିବା ଶୋଇଗୁ ଗତ କିଛି ଦିନ ହେବ ନିଖୋଜ ଅଛନ୍ତି। କିନ୍ତୁ ଆଉ କିଛି ରିପୋର୍ଟ ମୁତାବକ ରାଷ୍ଟ୍ରପତି ପୁଟିନଙ୍କ ନିଜର ନିକଟର ପରାମର୍ଶଦାତା ଏବଂ ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ବଡ ମତଭେଦ ସୃଷ୍ଟି ହୋଇଛି। ଏହି କାରଣରୁ ୨୦ ଜେନେରାଲଙ୍କୁ ଗିରଫ କରାଯାଇଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇଙ୍କ ହୃଦଘାତର ଶିକାର ହେବା ମଧ୍ୟ ସନ୍ଦିଗ୍ଧ ରହିଛି।

ଉଲ୍ଲେଖନୀୟ ରୁଷ ରାଷ୍ଟ୍ରପତି ପୁଟିନ ନିଜର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସାର୍ବଜନୀନ ଭାବେ ଅପମାନିତ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ। ସାମାଜିକ ଗଣମାଧ୍ୟମରେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ପୁଟିନଙ୍କ ଏକ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଦୂରରେ ବସିଛନ୍ତି। ଏଥିରୁ ଚର୍ଚ୍ଚା ଜୋର ଧରିଛି ଯେ ପୁଟିନ ଏବଂ ସର୍ଗେଇଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି।

ପୁଟିନଙ୍କ ଶାସନକାଳରେ ଦୀର୍ଘ ସମୟ ବିଶ୍ଵାସପାତ୍ର ଥିବା ସର୍ଗେଇଙ୍କୁ ୨୦୧୨ରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। ରୁଷ ୨୦୧୪ରେ କ୍ରିମିଆ ଉପରେ କବଜା କରିବା ସମୟରେ ସର୍ଗେଇ ସେନାର ଶୀର୍ଷ ପଦରେ ଥିଲେ।

Get real time updates directly on you device, subscribe now.