ୟୁକ୍ରେନ୍ ସହ ଶାନ୍ତି ବାର୍ତ୍ତାକୁ ନେଇ ରୁଷ ରାଷ୍ଟ୍ରପତିଙ୍କ ବଡ଼ ବୟାନ; ଭାରତକୁ ନେଇ କହିଲେ ଏପରି କଥା

ନୂଆଦିଲ୍ଲୀ: ଗୁରୁବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ସହ ଶାନ୍ତି ବାର୍ତ୍ତାକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ୟୁକ୍ରେନ୍ ସହ ରୁଷର ସମ୍ଭାବିତ ଶାନ୍ତି ବାର୍ତ୍ତାରେ ଚୀନ୍‌, ଭାରତ ଏବଂ ବ୍ରାଜିଲ ମଧ୍ୟସ୍ଥିର ଭୂମିକା ତୁଲାଇପାରନ୍ତି । ପୁଟିନଙ୍କ କହିବାନୁଯାୟୀ ଯୁଦ୍ଧର ପ୍ରଥମ ସପ୍ତାହରେ ଇସ୍ତାନବୁଲରେ ହୋଇଥିବା ଆଲୋଚନା ସମୟରେ ରୁଷ ଏବଂ ୟୁକ୍ରେନ ବୁଝାମଣାକାରୀଙ୍କ ମଧ୍ୟରେ ଏକ ପ୍ରାଥମିକ ଚୁକ୍ତି ହୋଇଥିଲା ଯାହା କେବେ କାର୍ଯ୍ୟକାରୀ ହୋଇନଥିଲା । ଏହା ଆଲୋଚନା ପାଇଁ ଆଧାର ହୋଇପାରେ । ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ୟୁକ୍ରେନ୍ ଏବଂ ଏହା ପୂର୍ବରୁ ରୁଷର ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଦୁଇ ଯାତ୍ରା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ଏହା ବିଶ୍ୱ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।