fbpx

Sahara India Refund List 2024: ଯଦି ଆପଣଙ୍କ ନାମ ଏହି ତାଲିକାରେ ଅଛି, ତେବେ ଟଙ୍କା ଫେରସ୍ତ ପାଇବେ, ଏଠାରୁ ଦେଖନ୍ତୁ ଲିଷ୍ଟ !

Advertisement

ନୂଆଦିଲ୍ଲୀ : ସାହାରା ଇଣ୍ଡିଆ କମ୍ପାନୀ’ ଏକ ଅର୍ଥ ନିବେଶ କମ୍ପାନୀ ଥିଲା ଯେଉଁଥିରେ ନିବେଶକମାନେ ଭଲ ରିଟର୍ଣ୍ଣ ପାଇଥିଲେ, କିନ୍ତୁ କିଛି କାରଣରୁ ସରକାର ଏହି କମ୍ପାନୀକୁ ଦେବାଳିଆ ଘୋଷଣା କରିଥିଲେ ଯେଉଁଥିପାଇଁ ଏହି କମ୍ପାନୀ ତାଲା ପଡିଥିଲା ​​ଏବଂ ନିବେଶକଙ୍କ ଟଙ୍କା ଅଟକି ଯାଇଥିଲା। ଏହାରି ମଧ୍ୟରେ ସାହାରା ଇଣ୍ଡିଆରେ ନିବେଶ କରିଥିବା ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏହି ନିବେଶ କମ୍ପାନୀର ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ଟଙ୍କା ମିଳିବାକୁ ଯାଉଛି । ସାହାରା ଇଣ୍ଡିଆର ରିଫଣ୍ଡ୍‌ ପୋର୍ଟାଲ୍‌ରେ ଆପଣ ନିଜର ଆପ୍ଲିକେଶନ ଷ୍ଟାଟସ୍‌ ଚେକ୍‌ କରିପାରିବେ । ଆପଣଙ୍କ ଅବଗତି ପାଇଁ କହି ରଖୁଛୁ ଯେ ସାହାରା ଇଣ୍ଡିଆର ରିଫଣ୍ଡ୍‌ ପୋର୍ଟାଲ୍‌ରେ ନୂଆ ପେମେଣ୍ଟ୍‌ ଲିଷ୍ଟ୍‌ ଜାରି କରିଛି କମ୍ପାନୀ ।

ଏହି ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ତାହା ଯାଞ୍ଚ୍‌ କରନ୍ତୁ । ଯଦି ଆପଣ ମଧ୍ୟ ରିଫଣ୍ଡ୍‌ ପାଇବାକୁ ଆବେଦନ କରିଥିଲେ, ତେବେ ଆପଣ ଏହି ଲିଷ୍ଟ୍‌ ତୁରନ୍ତ ଚେକ୍‌ କରିବା ଆବଶ୍ୟକ ।

ଏହି ଖବର ଏବେ ପ୍ରାୟ ୧୦ କୋଟି ସାହାରା ନିବେଶକଙ୍କୁ ଖୁସି ଖବର ଦେବାକୁ ଯାଉଛି । ଖୁବଶୀଘ୍ର ସେମାନଙ୍କ ଟଙ୍କା ସେମାନଙ୍କୁ ଫେରାଇ ଦିଆଯିବ । ଏଥିପାଇଁ ସାହାରା ଇଣ୍ଡିଆ ପକ୍ଷରୁ ରିଫଣ୍ଡ ପୋର୍ଟାଲ ଆରମ୍ଭ କରାଯାଇଛି । ସାହାରା ଇଣ୍ଡିଆରେ ନିବେଶ କରି ଟଙ୍କା ଫେରି ପାଇନଥିଲେ ନିବେଶକ । ଏହାପରେ ବହୁ ହଙ୍ଗାମା ହୋଇଥିଲା । ସାହାରା ଇଣ୍ଡିଆର ଲୋଭନୀୟ ସ୍କିମ୍‌ରେ ନିବେଶ କରିବାକୁ ଲୋକଙ୍କୁ ଆହ୍ୱାନ୍‌ ଦିଆଯାଇଥିଲା । କୋଟି କୋଟି ଲୋକ ଏଥିରେ ନିବେଶ କରିଥିଲେ ହେଲେ ମୂଳ ଟଙ୍କା ମଧ୍ୟ ପାଇ ପାରିନଥିଲେ ।

ସାହାରା ଇଣ୍ଡିଆ ଏକ ବଡ଼ ନବେଶ କମ୍ପାନୀ ଥିଲା । ଯେଉଠିଁ ଅନେକ ଲୋକ ନିବେଶ କରିଥିଲେ । ବର୍ତ୍ତମାନ ପାଇଁ କେବଳ ୪ଟି ସ୍କିମ୍‌ରେ ନିବେଶ କରିଥିବା ଲୋକଙ୍କୁ ଟଙ୍କା ଫରେସ୍ତ କରାଯାଉଛି । ସେଗୁଡିକ ହେଉଛି ସାହାରା କ୍ରେଡିଟ୍‌ କୋ. ଅପରେଟିଭ୍‌ ସୋସାଇଟି ଲିମିଟେଡ୍‌, ସାହାରାୟାନ୍‌ ୟୁନିଭର୍ସାଲ ମଲ୍‌ଟିପର୍‌ପଜ୍‌ ସୋସାଇଟି ଲିମିଟେଡ୍‌, ହମାରା ଇଣ୍ଡିଆ କ୍ରେଡିଟ୍‌ କୋପରେଟିଭ୍‌ ସୋସାଇଟି ଲିମିଟେଡ୍‌ ଓ ଷ୍ଟାର୍ଟ୍‌ ମଲ୍‌ଟିପର୍‌ପଜ୍‌ କୋପରେଟିଭ୍‌ ସୋସାଇଟି ଲିମିଟେଡ୍‌ରେ ନିବେଶ କରିଥିବା ନିବେଶକଙ୍କୁ ଟଙ୍କା ଫେରସ୍ତ କରାଯିବ ।

ଆପଣ ବି ନିବେଶ ଟଙ୍କା ଫେରସ୍ତ ପାଇବାକୁ ଚାହୁଁଥିଲେ, ଏହାର ଅଫିସିଆଲ୍‌ mocrefund.crcs.gov.in ୱେବ୍‌ସାଇଟ୍‌ ଭିଜିଟ୍‌ କରିବାକୁ ହେବ । ଏଠାରେ ରିଫଣ୍ଡ୍‌ ପୋର୍ଟାଲ୍‌ରେ କ୍ଲିକ୍‌ କରନ୍ତୁ । ଏହାପରେ ଏକ ଫର୍ମ ଫିଲ୍‌ପ୍‌ କରି ସବ୍‌ମିଟ୍‌ ଉପରେ କ୍ଲିକ୍‌ କରନ୍ତୁ । ଏଭଳି ଭାବରେ ସମସ୍ତ ଆବେଦନକାରୀ ନିବେଶ ଟଙ୍କା ଫେରି ପାଇବେ ।

ସାହାରା ଇଣ୍ଡିଆ ଫେରସ୍ତ ତାଲିକା କିପରି ଯାଞ୍ଚ କରିବେ?
ନିବେଶକମାନେ ଯେଉଁମାନେ ସାହାରା ଇଣ୍ଡିଆ ରିଫଣ୍ଡ ତାଲିକା ଦେଖିବାକୁ ଚାହାଁନ୍ତି, ଏଥିପାଇଁ ଏକ ସରଳ ପ୍ରକ୍ରିୟା ରହିଛି । ସର୍ବପ୍ରଥମେ ନିବେଶକ ସାହାରା ଇଣ୍ଡିଆ ଫେରସ୍ତ ତାଲିକାର ଅଫିସିଆଲ୍ ପୋର୍ଟାଲ୍ mocrefund.crcs.gov.in ଭିଜିଟ୍ କରିବା ଉଚିତ୍ । ବର୍ତ୍ତମାନ ଏଠାରେ ମୁଖ୍ୟ ପେଜରେ ସାହାରା ଇଣ୍ଡିଆ ରିଫଣ୍ଡ ତାଲିକା ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆପଣଙ୍କୁ ଅନ୍ୟ ଏକ ପେଜ୍ ଦେଖିବାକୁ ପାଇବେ । ଯେଉଁଠାରେ ଆପଣ ସାହାରା ଇଣ୍ଡିଆ ନୂଆ ତାଲିକାର ଏକ ବିକଳ୍ପ ପାଇବେ ତାପରେ ଏଥିରେ କ୍ଲିକ୍ କରନ୍ତୁ । ଏହି ଉପାୟରେ, ବର୍ତ୍ତମାନ ପରବର୍ତ୍ତୀ ପର୍ଯ୍ୟାୟରେ, ଆପଣଙ୍କର ପାସୱାର୍ଡ ସହିତ ଆପଣଙ୍କର ପଞ୍ଜୀକରଣ ନମ୍ବର ଦିଅନ୍ତୁ । ଏହା କରିବା ପରେ ତୁରନ୍ତ ସାହାରା ଇଣ୍ଡିଆ ଫେରସ୍ତ ତାଲିକା ଆପଣ ଦେଖିପାରିବେ । ଯେଉଁଥିରେ ଆପଣଙ୍କର ନାମ ଖୋଜିପାରିବେ ।

Get real time updates directly on you device, subscribe now.