fbpx

ବାଃ ବାଃରେ ପ୍ରଶାସନିକ ଅଧିକାରୀ! କାର୍ଯ୍ୟାଳୟରେ ମଦ୍ୟପାନ କରି ଶୋଇଲେ ସିନିଅର ଆସିଷ୍ଟାଣ୍ଟ

କରଞ୍ଜିଆ,: ସରକାରୀ କାର୍ଯ୍ୟାଳୟ ରେ ଦିନଦ୍ୱିପହରରେ ନିଶାଶକ୍ତ ଅବସ୍ଥାରେ ଶୋଇରହିଲେ ବାବୁ । ବାରମ୍ବାର ଡାକିବାପରେ ମଧ୍ୟ ଉଠିଲେ ନାହିଁ । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏଆରସିଏସ ଅଫିସରୁ । ଅଫିସ ର ସିନିଅର ଆସିଷ୍ଟାଣ୍ଟ ପ୍ରଦୀପ କୁମାର ହେମ୍ବ୍ରମ କାର୍ଯ୍ୟାଳୟରେ ନିଜ ଚୌକିରେ ନିଶାସକ୍ତ ଅବସ୍ଥାରେ ବେହୋସ ଅବସ୍ଥାରେ ବସିଥିବାବେଳେ ଦେଖିବାକୁ ମିଳିଥିଲା ।

ଏହି ସମୟରେ କାର୍ଯ୍ୟାଳୟକୁ ଆସିଥିବା ଚାଷୀ ମାନେ ତାଙ୍କୁ ଉଠାଇବାକୁ ଚେଷ୍ଟାକରି ବିଫଳ ହୋଇଥିଲେ । ଏଥିରୁ ଅନୁମାନ କରାଯାଇପାରେ କିଭଳି କାର୍ଯ୍ୟାଳୟରେ ଲୋକେ ଆସି ହନ୍ତସନ୍ତ ହେଉଛନ୍ତି । ଗଣମାଧ୍ୟମ ପ୍ରତିନିଧି ମାନେ ପହଞ୍ଚି ତାଙ୍କୁ ଉଠାଇ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ହେଲେ ସେ ପ୍ରତିକ୍ରିୟା ଦେବା ଅବସ୍ଥାରେ ନ ଥିଲେ ।

Get real time updates directly on you device, subscribe now.