fbpx

ସମବାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଜୁନ୍‌ ୧୯ଓ ୨୬ ତାରିଖରେ ଭୋଟ୍‌, ମତାଧିକାର ସାବ୍ୟସ୍ତ କରିବେ ୩୦ ଲକ୍ଷ ସଦସ୍ୟ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ହେବାପରେ ଏବେ ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କ ସୁପାରିଶ ଆଧାରରେ ଆସନ୍ତା ଜୁନ୍‌ ୧୯ ଓ ୨୬ ତାରିଖରେ ଭୋଟଗ୍ରହଣ କରାଯିବ । ଏଥିନେଇ ସମବାୟ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସମବାୟ ନିର୍ବାଚନ କମିଶନର ଏହି ନିର୍ବାଚନ ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ଘୋଷଣା କରିବେ ।

ରାଜ୍ୟ ସମବାୟ ବିଭାଗ ପ୍ରମୁଖ ସଚିବ ବୀରବିକ୍ରମ ଯାଦବଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ ପ୍ରାଥମିକ ସମବାୟ ସମିତି ଗୁଡ଼ିକର ପରିଚାଳନା କମିଟି କର୍ମକର୍ତ୍ତା ଚୟନ ନିମନ୍ତେ ଜୁନ ୧୯ ଓ ୨୬ ତାରିଖରେ ରାଜ୍ୟର ସମସ୍ତ ସମବାୟ ସମିତିରେ ନିର୍ବାଚନ କରିବାକୁ ନିର୍ବାଚନ କମିଶନର ଗତ ମାର୍ଚ୍ଚ ୩୦ରେ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଜୁନ୍‌ ୧୯ ଓ ୨୬ ତାରିଖରେ ରାଜ୍ୟର ସମସ୍ତ ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ ହେବ ।

ସୂଚନାଯୋଗ୍ୟ ଯେ ରାଜ୍ୟର ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ୨୦୨୦ ମସିହାରୁ ଶେଷ ହୋଇଛି । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଏହି ନିର୍ବାଚନକୁ ସ୍ଥଗିତ ରଖିଥିଲେ । ଇତିମଧ୍ୟରେ ନିର୍ବାଚନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ରାଜ୍ୟର ୭୦୭୬ ସମବାୟ ସଂସ୍ଥାରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଏସବୁ ସମବାୟ ସମିତିରେ ରହିଥିବା ୩୦ ଲକ୍ଷ ସଦସ୍ୟ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏହାପରେ କେନ୍ଦ୍ରୀୟ ସମବାୟ ଓ ଶୀର୍ଷ ସମବାୟ ସଂସ୍ଥାରେ ନିର୍ବାଚନ କରାଯିବ । ଆଗାମୀ ୩୫ ଦିନ ଭିତରେ ପ୍ରାଥମିକ ସଦସ୍ୟମାନଙ୍କ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ, ନାମାଙ୍କନ ପତ୍ର ଦାଖଲ, ଯାଞ୍ଚ, ପ୍ରତ୍ୟାହାର ଓ ଭୋଟ ଗ୍ରହଣ ଆଦି କାର୍ଯ୍ୟସୂଚୀ ଘୋଷଣା କରାଯିବ । ରାଜ୍ୟରେ ପ୍ରତି ୫ ବର୍ଷରେ ସମବାୟ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । କିନ୍ତୁ ୨୦୨୦ରୁ ସମବାୟ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ କରୋନା ମହାମାରୀ ପାଇଁ ସରକାର ଏହି ନିର୍ବାଚନକୁ ବାତିଲ କରିଦେଇଥିଲେ । ସୂଚନାଯୋଗ୍ୟ ଯେ ଏହି ନିର୍ବାଚନ ବହୁ ପୂର୍ବରୁ ହେବାର ଥିଲେ ମଧ୍ୟ କରୋନା କଟକଣା ଓ ଅନ୍ୟାନ୍ୟ କାରଣ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରୁ ଏବେ ନିର୍ବାଚନ ପାଇଁ ସରକାର ଅଣ୍ଟା ଭିଡିଛ

Get real time updates directly on you device, subscribe now.