fbpx

କଂଗ୍ରେସକୁ ଆଉ ଏକ ଝଟକା! ଟିଏମସିରେ ସାମିଲ ହେବେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିକୁ ଆଉ ଏକ ଜୋରଦାର ଝଟକା ଲାଗିବାକୁ ଯାଉଛି । କଂଗ୍ରେସ ନେତା ବା ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ସାମିଲ ହୋଇପାରନ୍ତି । ଟିଏମସି ଶତ୍ରୁଘ୍ନଙ୍କୁ ରାଜ୍ୟସଭା ପଠାଇପାରେ । ବିହାରୀ ବାବୁ ନାମରେ ପରିଚିତ ଶତ୍ରୁଘ୍ନ ଶୁବଶୀଘ୍ର ମମତାଙ୍କ ପାଟି ଟିଏମସିରେ ସାମିଲ ହେବେ । ସୂତ୍ରରୁ ଏନେଇ ଖବର ମିଳିଛି ଯେ, ମମତା ଶତ୍ରୁଘ୍ନଙ୍କୁ ଟିଏମସି ଟିକେଟରେ ରାଜ୍ୟସଭା ଜରିଆରେ ସଂସଦରେ ପଠାଇପାରନ୍ତି ।

ଟିଏମସି ନେତାଙ୍କ କହିବା ମୁତାବକ, ଅଭିନେତା ତଥା ରାଜନେତା ଶତ୍ରୁଘ୍ନଙ୍କ ସହ ମମତାଙ୍କ ସମ୍ପର୍କ ଭଲ ରହିଛି । ୨୧ ଜୁଲାଇରେ ଶହୀଦ ଦିବସ ଅବସରରେ ଶତ୍ରୁଘ୍ନ ଟିଏମସିରେ ସାମିଲ ହୋଇପାରିନ୍ତ ବୋଲି ସୂତ୍ରରୁ ଖବର ମିଳିଛି । ନିକଟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ସାଂସଦ ଅଭିଜିତ ମୁଖାର୍ଜୀ ଟିଏମସିରେ ସାମିଲ ହୋଇଥିଲେ । କୋଲକତା ସ୍ଥିତ ପାର୍ଟି ମୁଖ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ସେ ଟିଏମସିରେ ସାମିଲ ହୋଇଥିଲେ । ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟୟ ଓ ଅନ୍ୟ ବରିଷ୍ଠ ନେତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତେବେ ଅଟଳ ବିହାରୀ ବାଜପେୟୀ ସରକାରରେ ମନ୍ତ୍ରୀ ଥିବା ୟଶଓ୍ୱନ୍ତ ସିହ୍ନା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଟିଏମସିରେ ସାମିଲ୍ ହୋଇଥିଲେ।

Get real time updates directly on you device, subscribe now.