fbpx

ଦୁଃଖୀ ଚେହେରା ନେଇ ସୁଟିଂ କରିବାକୁ ପହଞ୍ଚିଲେ ଶିଳ୍ପା ଶେଟ୍ଟୀ, ଦେଖନ୍ତୁ ଭିଡିଓ

Advertisement

ମୁମ୍ବାଇ: ସ୍ୱାମୀ ରାଜ୍ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ଫିଲ୍ମ ମାମଲାରେ ଫସିବା ପରେ ରିଆଲିଟି ସୋ’ ‘ସୁପର ଡ୍ୟାନ୍ସର’ରୁ ନିଜକୁ ଦୂରେଇ ରଖିଥିଲେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ । ଏହି ମାମଲା ପରେ ଶିଳ୍ପା ସୋ’ର ସୁଟିଂ କରିବାକୁ ଯାଉନଥିଲେ । ସୋ’ରେ ଶିଳ୍ପା ସହ ଜଜ୍ ଥିବା ଅନୁରାଗ ବସୁ କହିଥିଲେ ଯେ, ସମସ୍ତେ ଅଭିନେତ୍ରୀଙ୍କୁ ବହୁତ ମିସ୍ କରୁଛନ୍ତି ।

କିନ୍ତୁ ଶିଳ୍ପା ଏହି ଜଟିଳ ପରିସ୍ଥିତିରେ ନିଜ ପରିବାରକୁ ଆଗରେ ରଖିଥିଲେ ଓ ଦୃଢ଼ ଭାବେ ପରିବାର ସହିତ ରହିଥିଲେ । ଦୀର୍ଘ ସମୟ ପରେ ଶିଳ୍ପା ଶେଟ୍ଟୀ ପୁଣି ଥରେ ରିଆଲିଟି ଟିଭି ସୋ’ ସୁପର ଡ୍ୟାନ୍ସର ଚ୍ୟାପ୍ଟର ୪’କୁ ଫେରିଛନ୍ତି । ନିକଟରେ ସେ ସୋ’ର ଆଗାମୀ ଏପିସୋଡ ପାଇଁ ସୁଟ୍ କରିଥିଲେ ଓ ଦୁଃଖି ଭାବେ ନଜର ଆସିଥିଲେ । ଶିଳ୍ପା ଏକ ରଙ୍ଗବେରଙ୍ଗର ସାଢ଼ୀ ପିନ୍ଧିଥିଲେ ଓ ଗାଡ଼ି ଭିତରକୁ ବାହାରି ସିଧା ସେଟ୍ ଭିତରକୁ ପ୍ରବେଶ କରିଥିଲେ । କିନ୍ତୁ ତାଙ୍କ ମନଦୁଃଖ ଥିବା ମୁହଁ ଦେଖିଲେ ଜଣାପଡୁଥିଲା । ପୂର୍ବ ପରି ଶିଳ୍ପାଙ୍କର କୌଣସି ଉତ୍ସାହ ନଥିଲା ଓ ସେ ଫଟୋଗ୍ରାଫରଙ୍କୁ କିଛି ପ୍ରତିକ୍ରିୟା ମଧ୍ୟ ଦେଇନଥିଲେ ।

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.