ସିକନ୍ଦରକୁ ନେଇ ଚାପରେ ସଲମାନ୍, ପ୍ରଥମ ଦିନରୁ ଦର୍ଶକଙ୍କୁ କରିଛି ନିରାଶ
ସିକନ୍ଦର ପାଇଁ ଅସୁଖୀ ଦର୍ଶକ । ରିଲିଜ ପୂର୍ବରୁ ଭିଡିଓ ହେଲା ଲିକ୍ ।
ମୁମ୍ବାଇ: ବଲିଉଡ୍ ଦବଙ୍ଗ ଖାନ୍ ସଲମାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ସିକନ୍ଦର ଦର୍ଶକଙ୍କୁ ନିରାଶ କରିଛି । ରବିବାର ରିଲିଜ ହୋଇଥିବା ସଲମାନଙ୍କ ସିକନ୍ଦର ବକ୍ସଅଫିସରେ ଧମାଲ୍ କରିପାରି ନାହିଁ ।
ପ୍ରଥମ ଦିନରେ ସିକନ୍ଦର ମାତ୍ର ୨୬ କୋଟି ବକ୍ସ ଅଫିସ କଲେକ୍ସନ କରିଥିବାବେଳେ ଫିଲ୍ମ ନିର୍ମାତା ଟିମର ଆଶା ଥିଲା ସଲମାନଙ୍କ ସିକନ୍ଦର ୪୦ରୁ ୪୫ କୋଟି ଟଙ୍କା ରୋଜଗାର କରିଛି ।
ଫିଲ୍ମ ନିର୍ମାଣକାରୀ ସଂସ୍ଥର ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ସିକନ୍ଦର ଦେଶରେ ମୋଟ ୩୦.୬ କୋଟିର ବ୍ୟବସାୟ କରିଥିବାବେଳେ ବିଶ୍ୱବ୍ୟାପୀ ୫୪ କୋଟି ଟଙ୍କା ଆଦାୟ କରିଥିବା କୁହାଯାଉଛି ।
ଶେଷଥର ପାଇଁ ରିଲିଜ ହୋଇଥିବା ସଲମାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନର ଅପନିଂ କଲେକ୍ସନଠାରୁ ସିକନ୍ଦରର କଲେକ୍ସନ କମ୍ ରହିଥିବା ଜଣାପଡ଼ିଛି । ବକ୍ସ ଅଫିସରେ ନିରାଶଜନକ ପଦର୍ଶନ ପରେ ସିକନ୍ଦର ଫିଲ୍ମ ସୋମବାରରେ ଭଲ କଲେକ୍ସନ କରିବ ବୋଲି ଟିମ୍ ଆଶା ରଖିଥିଲା । କିନ୍ତୁ ସୋମବାର ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସି ନ ଥିବା ଦେଖିବାକୁ ମିଳିଛି ।
ବର୍ତ୍ତମାନ ସୁଦ୍ଧା ସଲମାନଙ୍କ କୌଣସି ଫିଲ୍ମ ୫୦୦ କୋଟି ବକ୍ସଅଫିସ କଲେକ୍ସନ କରିପାରି ନାହିଁ । ଯେଉଁ କାରଣରୁ ଏବେ ଚାପରେ ଥିବା ଜଣାପଡ଼ିଛି । କାରଣ ସିକନ୍ଦର ଆରମ୍ଭରୁ ହିଁ ତାଙ୍କୁ ନିରାଶ କରିଥିବା ଦେଖିବାକୁ ମିଳିଛି ।
ଅନ୍ୟପକ୍ଷେ ଫିଲ୍ମର କାହାଣୀ ଦମଦାର ହୋଇ ନ ଥିବାବେଳେ ଦର୍ଶକଙ୍କୁ ସଠିକ୍ ମନୋରଞ୍ଜନର ଖୋରାକ ଯୋଗାଇ ପାରି ନାହିଁ ସଲମାନଙ୍କ ସିକନ୍ଦର । ଖବର ମୁତାବକ ରିଲିଜ ପୂର୍ବରୁ ସିକନ୍ଦର ଭିଡିଓ ଅନଲାଇନରେ ଲିକ୍ ହୋଇଯାଇଛି । ପାଖାପାଖି ୬୦୦ ସାଇଟରେ ଫିଲ୍ମ ଲିକ୍ ହୋଇଥିଲା ।