ଏଣିକି ବ୍ରଣରେ ନଖ ନ ମାରି, ଘରୋଇ ଉପଚାର କରନ୍ତୁ….ଦୂର ହେବ ଆପଣଙ୍କ ସମସ୍ୟା

ଓଡିଶା ଭାସ୍କର; ଆଜିକାଲି ବ୍ରଣ ସମସ୍ୟାକୁ ନେଇ ଅନେକ ଜଣ ଚିନ୍ତିତ ଅଛନ୍ତି । ବ୍ରଣ ହେବା ପରେ ଏଥିରୁ ରକ୍ଷା ପାଇବା ପାଇଁ କିଛି ଜଣ ବିଭିନ୍ନ ଔଷଧପତ୍ର ଲଗାଉଥିବା ବେଳେ ଅନେକ ଜଣ ଏଥିରେ ନଖ ମାରି ମାରି ତାହାକୁ ନଷ୍ଟ କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ବ୍ରଣ ହୋଇଥିବା ସ୍ଥାନ ଭଲ ହେବା ବଦଳରେ କଳାଦାଗରେ ପରିଣତ ହୋଇଥାଏ । ତେବେ ମୁହଁର ଚର୍ମ ଅପରିଷ୍କାର ହେବା, ତେଲିଆ ହେବା କିମ୍ବା ବୟସ ଦୋଷରୁ ମୁହଁରେ ବ୍ରଣ ହୋଇଥାଏ । ସେହିପରି ଅଧିକ ଚିନ୍ତିତ ରହିବା, ପର୍ୟ୍ୟାପ୍ତ ମାତ୍ରାରେ ଶୋଇବା, ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ଓ ଖରାପ ଜୀବନ ଶୈଳୀ ଯୋଗୁଁ ମୁହଁରେ ବ୍ରଣ ସମସ୍ୟା ଦେଖା ଦେଇଥାଏ। । ବ୍ରଣ ଭରା ମୁହଁକୁ ନେଇ ଅନେକ ଜଣ ନିଜକୁ ଲଜ୍ଜିତ ମଧ୍ୟ ମନେ କରନ୍ତି । ତେବେ ଘରୋଇ ଉପାୟରେ ଆପଣ ମୁହଁରୁ ବ୍ରଣ ସମସ୍ୟା ଦୂର କରାଇପାରିବେ।

ବ୍ରଣ ସମସ୍ୟା ଦୂର ; କ’ଣ ଓ କିପରି କରିବେ?

୧. ଘି-କୁଆଁରୀ :

ଘି-କୁଆଁରୀ ରସରେ ମହୁ ମିଶାଇ, ସେହି ମିଶ୍ରଣକୁ ତ୍ୱଚାରେ ଲଗାଇ କିଛି ସମୟ ରଖିବା ପରେ, ତ୍ୱଚାକୁ ଧୋଇ ସଫା କରିବେ । ଏହାକୁ ସକାଳ ସମୟରେ ତ୍ୱଚାରେ ଲଗାଇବା ଅଧିକ ଭଲ ।

୨. ଦହି:

ଦହି ହେଉଛି ଏକ ପ୍ରୋବାୟୋଟିକ୍, ଯାହା ବ୍ରଣ ହଟାଇବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରୋବାୟୋଟିକ୍ ଚର୍ମରେ ଥିବା ଜୀବାଣୁ ଏବଂ କୀଟାଣୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ, ଯାହା ଅନ୍ୟ ଚର୍ମ ସମସ୍ୟା ସୃଷ୍ଟି କରେ ନାହିଁ।

୩. କଖାରୁ ମଞ୍ଜି:

କଖାରୁ ମଞ୍ଜିରେ ଭିଟାମିନ୍ ଇ ଏବଂ ଜିଙ୍କ ଥାଏ ଯାହା ଚର୍ମକୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ରଣ ଏବଂ ଆମର ମୃତ ଚର୍ମକୁ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ, ଯାହା ଦ୍ଵାରା ଆମର ଚର୍ମ ପରିଷ୍କାର ଏବଂ ସୁସ୍ଥ ରହିଥାଏ।

୪. ପାଣି

ଦିନକୁ ଅତିକମ୍‌ରେ ୯ ରୁ ୧୦ ଗ୍ଲାସ୍ ପାଣି ପିଅନ୍ତୁ । ପାଣି ପିଇବା ଦ୍ୱାରା ଦେହର ତାପମାତ୍ରା ନିୟନ୍ତ୍ରଣରେ ରହିବା ସହ ପେଟ ଗରମ ହୋଇନଥାଏ । ଯାହା ଫଳରେ ମୁହଁରେ ବ୍ରଣ ହୋଇନଥାଏ ।

୫. ବିଟ୍:

ବିଟ୍ ରେ ଭିଟାମିନ୍, ସୋଡିୟମ୍, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ଥାଏ, ଯାହା ତ୍ୱଚାକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଶରୀରରେ ରକ୍ତ ସଞ୍ଚାଳନକୁ ବୃଦ୍ଧି କରିଥାଏ। ସଫା ଚର୍ମ ପାଇଁ ବିଟ୍ ଆମ ଶରୀରର ସମସ୍ତ ଆବଶ୍ୟକତା ପୂରଣ କରେ।

୬. ଜଙ୍କ ଫୁଡ୍ ଠାରୁ ଦୂରେଇ ରୁହନ୍ତୁ:

ଜଙ୍କ ଫୁଡରେ ବହୁ ପରିମାଣରେ ଜୀବାଣୁ ଥା’ନ୍ତି, ଯାହାକି ମୁହଁରେ ବ୍ରଣ ହେବାର ସବୁଠାରୁ ବଡ କାରଣ। ଜଙ୍କ ଫୁଡ୍ ଶରୀରରେ ଅନେକ ରୋଗ ସୃଷ୍ଟି କରେ, ଯାହା ଆମ ଚର୍ମ ଉପରେ ପ୍ରଭାବ ପକାଇଥାଏ।