fbpx

ଭାଇକୁ ଫୋନକରି ଉଚ୍ଛୁଳା ନଦୀକୁ ଡେଇଁଲା ଭଉଣୀ…

Advertisement

ଭାଇକୁ ଫୋନ କଲେ ତା’ପରେ ନଦୀକୁ ଡେଇଁ ପଡ଼ିଲେ ଯୁବତୀ । ଏଭଳି ଏକ ଘଟଣା ଦେଖିବାକୁ ମଳିଛି ଭଦ୍ରକ ଗେଲଟିଆ ଅଞ୍ଚଳରେ ।

ସୂଚନା ଅନୂଯାୟୀ, ଗେଲଟିଆ ଅଞ୍ଚଳର ଜନୈକ ଯୁବତୀ ବାଇପାସ୍ ନିକଟ ରାଜଘାଟ ବ୍ରିଜ ନିକଟକୁ ଆସିଥିଲେ । ବ୍ରିଜ୍ ଉପରେ ଥିବା ଜଣେ ଦୋକାନୀଙ୍କ ଫୋନରୁ ନିଜ ଭାଇଙ୍କୁ ଫୋନ୍ କରିଥିଲେ । ଆଉ ଏହାର କିଛି ସମୟ ପରେ ନଈକୁ ଡେଇଁ ପଡିଥିବା ସୂଚନା ଦେଇଛନ୍ତି ପ୍ରତ୍ୟକ୍ଷଦର୍ଶୀ  ।

ସେପଟେ ଖବର ପାଇ ଭଦ୍ରକ ଟାଉନ୍ ପୋଲିସ୍ ଘଟଣାସ୍ଥଳରେ ପହଁଚିଥିବା ବେଳେ ଯୁବତୀଙ୍କ ପତ୍ତା ମିଳିନାହିଁ । ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

Get real time updates directly on you device, subscribe now.