ସାମାନ୍ୟ ବଚସାରୁ ହଙ୍ଗାମା: ଶ୍ୱଶୁର ଘରକୁ ବୋମା ଫିଙ୍ଗିଲା ଜ୍ୱାଇଁ

ଆଠଗଡ଼ : ଆଜିକାଲି ଲୋକଙ୍କ ରାଗ ନାକଆଗରେ ରହୁଛି । କଥା କଥାକେ କେହି ହାତ ଉଠାଇ ଦେଉଛନ୍ତି ତ ଆଉ କେହି ହତ୍ୟା କରିଦେଉଛିି । ସେହିଭଳି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ନରସିଂହପୁରରୁ ଆସିଛି, ଯେଉଁଠାରେ ଜଣେ ଜ୍ୱାଇଁ ନିଜ ଶ୍ୱଶୁର ଘର ଉପରକୁ ବୋମା ପକାଇ ଉଡ଼ାଇଦେବାକୁ ଚେଷ୍ଟା କରିଛି । ସାମାନ୍ୟ ପାଟିତୁଣ୍ଡରୁ ବିବାଦ ଧିରେ ଧିରେ ଉଗ୍ର ରୂପ ନେଇଥିଲା । କେହି ବୋମାମାଡ଼ରେ କେହି ମୃତାହତ ହୋଇନାହାଁନ୍ତି ସତ, କିନ୍ତୁ ଘରର ଅନେକ ସାମଗ୍ରୀ ନଷ୍ଟ ହୋଇଯାଇଛି ।
ସୂଚନା ମୁତାବକ,

ଖବର ଅନୁଯାୟୀ, ନରସିଂହପୁର ଥାନା ଅଞ୍ଚଳ ସୁଲତାନ ମହମ୍ମଦଙ୍କ ଘରକୁ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଗାଁର ଜ୍ୱାଇଁ ଅବଦୁଲ୍‌ ମନସୁର ଆସିଥିଲେ । ମନ୍‌ସୁରଙ୍କ ସହ ତାଙ୍କର ଦୁଇ ସହଯୋଗୀ ମଧ୍ୟ ଆସିଥିଲେ । ବିଳମ୍ବିତ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦକୁ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ଉତ୍‌କ୍ଷିପ୍ତ ହୋଇ ମନ୍‌ସୁର୍‌ ଦୁଇ ବୋମା ଶ୍ୱଶୁର ଘର ଉପରକୁ ଫିଙ୍ଗିଛନ୍ତି । ଯେଉଁଥିରେ ଘରର କବାଟ, ଝରକା, କାଚ ସହ ଅନେକ ଆସବାବପତ୍ର ନଷ୍ଟ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ । ଅନ୍ୟପଟେ ବୋମାମାଡ଼ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି ।