ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ବେଙ୍ଗାଲୁରୁରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବେଙ୍ଗାଲୁରୁର ସବୁଠାରୁ ଅଧିକ ଦୁର୍ଘଟଣା ରାସ୍ତାର ଯାନବାହନର ଗତି ନିର୍ଦ୍ଦାରିତ କରାଯାଇଛି । ଏବେଠାରୁ ଅଧିକ ସ୍ପିଡରେ ଗାଡି ଚାଳକଙ୍କ ବିରୋଧରେ ପୋଲିସ ଏଫଆଇଆର ଦାଖଲ କରିବ । ପୋଲିସ ଏହି ମାମଲାକୁ ଚିହ୍ନଟ କରିବା ପାଇଁ କ୍ୟାମେରାର ସାହାଯ୍ୟ ନେବ ଏବଂ ଡ୍ରାଇଭର ବିରୋଧରେ ମାମଲା ରୁଜୁ କରିବ ।
ପୋଲିସ ଏହି ନିୟମ କେମ୍ପେଗୋଡା ଇଣ୍ଟରନାସନାଲ ଏୟାରପୋର୍ଟ ପର୍ଯ୍ୟନ୍ତ ଏଲିବେଟେଡ ଏକ୍ସପ୍ରେସ ୱେ ଅର୍ଥାତ ବେଲାରୀ ରୋଡରେ ଲାଗୁ କରିବ । ଏହି ରୋଡ ବେଙ୍ଗାଲୁରୁର ସବୁଠାରୁ ଅଧିକ ଦୁର୍ଘଟଣା ଘଟୁଥିବା ସଡ଼କ ମଧ୍ୟରୁ ଅନ୍ୟତମ ।ଏହି ରୋଡରେ ଘଣ୍ଟା ପ୍ରତି ୧୦୦ କିମି ସ୍ପିଡରୁ ଅଧିକ ଚଳାଇଥାଆନ୍ତି । ଟ୍ରାଫିକ ପୋଲିସ ବର୍ତ୍ତମାନ ଏହି ରୋଡର ସର୍ବାଧିକ ସ୍ପିଡ ଘଣ୍ଟା ପ୍ରତି ୮୦ କିମି ଧାର୍ଯ୍ୟ କରିଛନ୍ତି । ଏହାଠାରୁ ଅଧିକ ସ୍ପିଡରେ ଗଲେ ସେମାନଙ୍କ ବିରୋଧରେ ଏଫଆଇଆଇ ଦାଖଲ କରାଯିବ । ପୋଲିସ ଏହି ନିୟମକୁ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଧରିବା ପାଇଁ ସିସିଟିଭି କ୍ୟାମେରା ଲଗାଇଛି ।