fbpx

ଶ୍ରୀଲଙ୍କାରେ ବେକାବୁ ପରିସ୍ଥିତି, ଦଙ୍ଗାକାରୀଙ୍କୁ ଦେଖିବା କ୍ଷଣି ଗୁଳି ମାରିବାକୁ ଆଦେଶ

ଶ୍ରୀଲଙ୍କାରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହାରି ମଧ୍ୟରେ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତ ଲାଗୁ ହେବା ପରେ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ବିରୋଧ ପ୍ରଦର୍ଶନ ହିଂସା ପ୍ରଦର୍ଶନ କରୁଛନ୍ତି । ସ୍ଥାନେ-ସ୍ଥାନେ ଗାଡ଼ି ମୋଟରରେ ନିଆଁ ମଧ୍ୟ ଲଗାଉଛନ୍ତି । ଆଉ ଏଭଳି ବିରୋଧକୁ ରୋକିବା ପାଇଁ ରକ୍ଷା ମନ୍ତ୍ରାଳୟ ମଙ୍ଗଳବାର ସୁଟ୍-ଅନ୍-ସାଇଟ ଅର୍ଥାତ୍ ହିଂସା କରୁଥିବା ଲୋକଙ୍କୁ ଦେଖିବା କ୍ଷଣି ଗୁଳି ମାରିବା ପାଇଁ ଆଦେଶ ଜାରି କରିଛନ୍ତି । ସୋମବାର ହୋଇଥିବା ହିଂସାରେ ସାଂସଦଙ୍କ ସହ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏଭଳି ନିଷ୍ପତ୍ତି ସେହି ସମୟରେ ନିଆଯାଇଛି ଯେତେବେଳେ ନିକଟରେ ଶ୍ରୀଲଙ୍କାରେ ମହିନ୍ଦ୍ରା ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି, ଯାହାପରେ ଶ୍ରୀଲଙ୍କାରେ ହିଂସା ଉଗ୍ର ରୂପ ନେଇଛି । ହିଂସା ଏଭଳି ରୂପ ନେଇଛି ଯେ ପ୍ରଦର୍ଶନକାରୀ ମହିନ୍ଦ୍ରା ରାଜପକ୍ଷେଙ୍କ ପୈତୃକ ଘରେ ନିଆଁ ଲଗାଇଦେଇଥିଲେ ।

ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଟ୍ୱିଟ କରି ପ୍ରଦର୍ଶନକାରୀଙ୍କୁ ଅପିଲ କରିଛନ୍ତି ଯେ ସେମାନେ ଯେଉଁ ଦଳର ହୋଇଥାନ୍ତୁ ନା କାହିଁକି, ସେମାନେ ଶାନ୍ତ ରୁହନ୍ତୁ । ବିକ୍ଷୋଭ ବନ୍ଦ କରନ୍ତୁ । ନାଗରିକଙ୍କ ହଇରାଣ କରନ୍ତୁ ନାହିଁ । ଆର୍ଥିକ ସଙ୍କଟ ଦୂର କରିବା ପାଇଁ ସବୁ ସମ୍ଭବ ପ୍ରୟାସ କରାଯାଉଛି ।

ସୂଚନାଯୋଗ୍ୟ, ସୋମବାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ କହିବା ପରେ ମହିନ୍ଦ୍ରା ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଯାହା ପରେ ଦେଶରେ ହିଂସା ତୀବ୍ର ହୋଇଛି, ସରକାର ବିରୋଧୀ ପ୍ରଦର୍ଶନକାରୀଙ୍କ ଉପରେ ଆକ୍ରମଣ କରାଇବା ଏବଂ ହିଂସାକୁ ବଢ଼ାଇବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନେଇ ଅଭିଯୋଗ କରି ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି ।

Get real time updates directly on you device, subscribe now.