ରାଜ୍ୟର ୧୧୨ ଏମର୍‌ଜେନ୍ସି ରେସ୍‌ନ୍ସ ବାହାନର ଶୁଭାରମ୍ଭ କଲେ ସ୍ୱତନ୍ତ୍ର ଡିଜି ମନୋଜ ଛାବ୍ରା, ପ୍ରଥମ ପର୍ଯ୍ୟୟରେ ୧୦୬ଟି ଗାଡ଼ି ହେଲା ସାମିଲ

କଟକ(ଭାସ୍କର ନ୍ୟୁଜ୍‌): ରାଜ୍ୟରେ ଜରୁରୀକାଳୀନ ସେବା ଭିତିଭୂମିରେ ଉନ୍ନତି ପାଇଁ ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ଏମରଜେନ୍ସି ରେସପନ୍ସ ଭେଇକିଲ(ଇଆରଭି)ର ଶୁଭାରମ୍ଭ କରାଯାଇଛି । ସ୍ୱତନ୍ତ୍ର ଡିଜି (ଏସଏପି) ମନୋଜ ଛାବ୍ରା ଓଏସଏପି ୬ଷ୍ଠ ବାଟାଲିୟନ ଗ୍ରାଉଣ୍ଡଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏପରି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟୟରେ ୧୦୬ଟି ଯାନ ପ୍ରଦାନ କରାଯିବାକୁ ଥିବାବେଳେ ସୋମବାର ୬୨ଟି ଯାନକୁ ଲୋକାର୍ପଣ କରାଯାଇଛି । ବାକି ଯାନ ଦ୍ୱିତୀୟ ପର୍ଯ୍ୟାୟରେ ଉନ୍ମୋଚନ କରାଯିବ ।

ପୂର୍ବରୁ ଓଡ଼ିଶା ସରକାର ପୋଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ସେବାଗୁଡ଼ିକୁ ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ(ଇଆରଏସଏସ) ଅଧୀନକୁ ଆଣିବା ଲାଗି ଏକ ଜରୁରୀକାଳୀନ ହେଲପ୍‌ ଲାଇନ ନମ୍ବର ୧୧୨ର ଶୁଭାରମ୍ଭ କରିଛନ୍ତି । ଏହି ନୂଆ ୧୦୬ ଟି ଇଆର୍‌ଭିର ଶୁଭାରମ୍ଭ ୧୧୨ସେବାକୁ ଆହୁରୀ ମଜବୁତ କରିବ । ଏହି ଯାନଗୁଡ଼ିକୁରେ ଜିଆଇଏସ୍‌ ଏବଂ ଜିପିଏସ୍‌ ଭଳି ଆଧୁନିକ ବ୍ୟବସ୍ଥାରେ ସୁସଜ୍ଜିତ କରାଯାଇଛି । ଏହି ନୂତନ ପ୍ରୟାସ ଦ୍ୱାରା ଅପରାଧ, ବିଶୃଙ୍ଖଳା କାର୍ଯ୍ୟ କିମ୍ବା ଦୁର୍ଘଟଣା ଭଳି ଜରୁରୀକାଳୀନ ପରିସ୍ଥିତିରେ ଏହି ଇଆରଭି ଦ୍ୱାରା ତୁରନ୍ତ ଏବଂ ପ୍ରଭାବଶାଳୀ ହେବ । ଏହି ଉଦଘାଟନୀ ଅବସରରେ ସ୍ୱତନ୍ତ୍ର ଡିଜି ଯୋଗାଯୋଗ ଅରୁଣ ରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।