ସମ୍ବଲପୁର: ତପସ୍ୱିନୀ ଏକ୍ସପ୍ରେସ୍ ଟ୍ରେନକୁ ପଥର ମାଡ଼ । ରେଙ୍ଗାଲି ଓ ଝାରସୁଗୁଡ଼ା ମଝିରେ ପଥର ମାଡ଼ ହୋଇଥିବା ସୂଚନା ।
ଟ୍ରେନ୍ କାଚ ଭାଙ୍ଗି ପଥର ବଗିରେ ଯାଇ ପଡ଼ିଥିବା କୁହାଯାଉଛି । ଯାତ୍ରୀମାନଙ୍କୁ କୌଣସି ପ୍ରକାର ଆଘାତ ଲାଗି ନ ଥିବା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଏସି ବଗି ବି-୭ ଉପରକୁ ପଥର ମାଡ଼ ହୋଇଥିବା ସୂଚନା । ପଥରମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ କିଏ ପଥରମାଡ଼ କଲା ତାହା ଜଣାପଡ଼ି ନାହିଁ ।
ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରେଲୱେ ପୋଲିସ ପକ୍ଷରୁ ନ୍ଦନ୍ତ ଆରମ୍ଭ ହୋଇଥିବା ସୂଚନା ।
ଟ୍ରେନ୍ ଉପଯରକୁ ପଥର ମାଡ଼, ପଥମ ଘଟଣା ନୁହେଁ । ପୂର୍ବରୁ ଚଳନ୍ତା ଟ୍ରେନ୍ ଉପରକୁ ପଥର ମାଡ଼ ହୋବ ସହ ଯାତ୍ରୀଙ୍କୁ ଆଘାତ ଲାଗିଛି । ଏହାଦ୍ୱାରା ରାଜସ୍ୱ ନଷ୍ଟ ହେଉଛି ।
ବାରମ୍ବାର ଏ ଘଟଣା ଘଟିବା ସତ୍ତେ୍ୱ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।