ଆରମ୍ଭ ହେଲା ‘stop-Diarrhea’ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ

ଢେଙ୍କାନାଳ: ଢେଙ୍କାନାଳରେ ଆରମ୍ଭ ହେଲା ଷ୍ଟପ୍ ଡାଇରିଆ ଅଭିଯାନ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଅଭିଯାନର କରିଛନ୍ତି ଶୁଭାରମ୍ଭ ।

ଜିଲ୍ଲାରେ ୧୦ ଦିନ ହେବ ଡାଇରିଆରେ ଲୋକ ଆକ୍ରାନ୍ତ ହେବାରେ ଲାଗିଛନ୍ତି । କ୍ରମାଗତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଯେଉଁକାରଣରୁ ଷ୍ଟପ୍ ଡାଇରିଆ ଅଭିଯାନ ଆରମ୍ଭ କରାଯାଇଛି । ଜୁଲାଇ ୩୧ ପର୍ଯ୍ୟନ୍ତ ଅଭିଯାନ ଚାଲିବ ।

ଏହା ଅନ୍ତର୍ଗତ ସ୍ୱାସ୍ଥ୍ୟକର୍ମୀଙ୍କଚୁ ଆବଶ୍ୟକୀୟ ତାଲିମ ପ୍ରଦାନ କରାଯିବ । ବାହାର ଖାଦ୍ୟ ନ ଖାଇବାକୁ ନିର୍ଦ୍ଦେଶ ।

ରାଜ୍ୟରେ ମୋଟ ୭ ଜିଲ୍ଲାରେ ଡାଇରିଆ କ୍ରମାଗତ ବଢ଼ିବାରେ ଲାଗିଛି । ଯାଜପୁରରେ ସର୍ବାଧିକ ୨୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ୬୪ ଏବଂ ପୁରୀରେ ୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ କରାଯାଇଛି ।

ନମୁନା ପରୀକ୍ଷା ପରେ ରାଜ୍ୟରେ ବ୍ୟାପିଥିବା ଝାଡ଼ାବାନ୍ତି ପଛରେ ଇ-କୋଲାଇ ବ୍ୟାକ୍ଟେରିଆ ଦାୟୀ । ଅନ୍ୟପକ୍ଷେ କେନ୍ଦ୍ରୀୟ ଟିମ୍ ପ୍ରତି ବ୍ଲକକୁ ଯାଇ ଯାଞ୍ଚ ଚଳାଇଛନ୍ତି ।