fbpx

କଟକରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ଛାନଭିନ୍ ଜାରି

କଟକ(ଓଡ଼ିଶା ଭାସ୍କର): କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହଷ୍ଟେଲରୁ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଏସସିବି ନିଆଯାଇଥିଲା । ବିଳମ୍ବିତ ରାତିରେ ଉଦ୍ଧାର କରି ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷମାନେ ଛାତ୍ରୀଙ୍କୁ ଏସସିବି ନେଇଥିବା ଜଣାପଡିଛି । କିନ୍ତୁ ଡାକ୍ତରଖାନାରେ ଛାତ୍ରୀଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତ ଛାତ୍ରୀଙ୍କ ଘର ପଞ୍ଜାବରେ ହୋଇଥିବା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ନ କିଏ ତାଙ୍କୁ ହତ୍ୟା କରିଛି, ସେନେଇ ପୋଲିସ ଛାନଭିନ୍ କରୁଛି । ଅନ୍ୟପଟେ ଛାତ୍ରୀଙ୍କ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇଯାଇଛି ।

Get real time updates directly on you device, subscribe now.