fbpx

ସୁରେଶ ମହାପାତ୍ର ହେଲେ ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୫ ।୧୨(ଓଡିଶା ଭାସ୍କର): ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ସୁରେଶ ମହାପାତ୍ର । ସେହିପରି ଅସିତ ତ୍ରିପାଠୀ ଆଜିଠାରୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ହୋଇଛନ୍ତି । ଅନ୍ୟପଟେ ପ୍ରଦୀପ ଜେନା ହୋଇଛନ୍ତି ଉନ୍ନୟନ କମିଶନର ।

ତେବେ ଆସନ୍ତା ୩୧ ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କ ଅବସର ପରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ।

ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ୨୦୨୨ ପର୍ଯ୍ୟନ୍ତ ରହିଛି। ସୁରେଶ ମହାପାତ୍ର ପୂର୍ବରୁ ସେ ଉନ୍ନୟନ କମିଶନର ଦାୟିତ୍ବରେ ଥିଲେ। ଅନ୍ୟପକ୍ଷେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ଅସିତ୍ ତ୍ରିପାଠୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ମିଳିଥିବା ବେଳେ ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ଉପଦେଷ୍ଟା ଭାବେ ବି ଦାୟିତ୍ବ ତୁଲାଇବେ। ଏଥି ସହ ଆଞ୍ଚଳିକ ପରିଷଦ, ପର୍ଯ୍ୟଟନ,ଶିଳ୍ପ, କୃଷି ସମେତ କିଛି ବିଭାଗର ମୁଖ୍ୟ ପରାମର୍ଶଦାତା ଭାବେ ରହିବେ ବୋଲି ଜଣାପଡିଛି।

Get real time updates directly on you device, subscribe now.