ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲାରୁ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ମାକୁ ଆସିଛି, ଯାହାକୁ ଶୁଣି ଆପଣଙ୍କର ବି ହୋସ୍ ଉଡିଯିବ । ଅଢ଼େଇ ବର୍ଷର ପୁଅ ସାମ୍ନାରେ ଜଣେ ବିବାହିତ ମହିଳାଙ୍କ ସହ ଦୁଷ୍କର୍ମ କରିଛି ଜଣେ ଭଣ୍ଡ ତାନ୍ତ୍ରିକ । ଶନିବାର ଦିନ ପୋଲିସ ଏନେଇ ସୂଚନା ଦେଇଛି । ଶୁକ୍ରବାର ଦିନ ଏକ ବନ୍ଦ କଠୋରୀ ଭିତରୁ ମହିଳା ଓ ତାଙ୍କ ପୁଅକୁ ଉଦ୍ଧାର କରାଯାଇଛି । କିନ୍ତୁ ଅଭିଯୁକ୍ତ ଜଣକ ଘଟଣସ୍ଥଳରୁ ଚମ୍ପଟ ମାରିଛି, ଯାହାକୁ ଧରିବା ପାଇଁ ପୋଲିସର ଛାନଭିନ୍ ଜାରି ରହିଛି ।
ଘଟଣାକୁ ନେଇ ପୀଡିତ ମହିଳା ଜଣକ କ୍ୟାମେରା ଆଗରେ ନିଜର ଦୁଃଖ କହିଛନ୍ତି । ସେ କହିଛନ୍ତି ଯେ, ‘୨୦୧୭ରେ ମୋର ବାହାଘର ହୋଇଥିଲା । କିନ୍ତୁ ଶଶୂରଘର ଲୋକେ ଯୌତୁକ ପାଇଁ ମୋତେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ।’
ଏହା ପରେ ଜଣେ ତାନ୍ତ୍ରିକ ସହ ମହିଳାଙ୍କ ଶାଶୂ କଥା ହୋଇଥିଲେ । ଯଦି ମହିଳା କିଛି ମାସ ମୋ ସହ ରହିବେ ତେବେ ସମସ୍ତ ଝଗଡ଼ା ଦୂରେଇ ଯିବ ବୋଲି ତାନ୍ତ୍ରିକ କହିଥିଲା । କିନ୍ତୁ ମହିଳା ଜଣକ ତାନ୍ତ୍ରିକ ସହ ରହିବାକୁ ମନା କରିଥିଲେ । ଏଥିରେ ରାଗିଯାଇ ଶାଶୁ ତାଙ୍କୁ କୌଣସି ନିଶାଦ୍ରବ୍ୟ ଖୁଆଇ ଦେଇଥିଲେ, ଫଳରେ ମହିଳା ଜଣକ ବେହୋସ୍ ହୋଇଥିଲେ । ହୋସ୍ ଆସିବା ପରେ ସେ ନିଜକୁ ପୁଅ ସହ ତାନ୍ତ୍ରିକ ରୁମ୍ରେ ପାଇଥିଲେ ।
ପୋଲିସ ଅଭିଯୋଗ ଆଧାରରେ କହିଛି କି, ତାନ୍ତ୍ରିକ ଜଣକ ମହିଳାଙ୍କୁ ଗତ ୭୯ଦିନ ଧରି ଦୁଷ୍କର୍ମ କରିଥିଲା । ଏପ୍ରିଲ ୨୮ରେ ତାନ୍ତ୍ରିକ ଭୁଲରେ ନିଜ ମୋବାଇଲକୁ ରୁମରେ ରଖି ଚାଲିଯାଇଥିଲା । ଯାହାର ଫାଇଦା ଉଠାଇ ମହିଳା ନିଜ ମାତା-ପିତାଙ୍କୁ ଫୋନ୍ କରି ଏବିଷୟରେ ଜଣାଇଥିଲେ ।
ଝିଅର ପୋନ୍ ଆସିବା ପରେ ପିତା-ମାତା ପୋଲିସକୁ ଏହି ଘଟରା ବିଷୟରେ ସୂଚନା ଦେଇଥିଲେ । କିନ୍ତୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୁର୍ବରୁ ତାନ୍ତ୍ରିକ ସେଠାରୁ ଚମ୍ପଟ ମାରିଥିଲା । ମହିଳା ଜଣକ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏହା ସହ ସ୍ୱାମୀ, ଦିଅର ଓ ଅନ୍ୟ ଶାଶୁଘର ଲୋକଙ୍କ ବିରୋଧରେ ବି ସେ ଅଭିଯୋଗ କରିଛନ୍ତି, କିନ୍ତୁ ସେମାନଙ୍କ ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ଆକ୍ସନ ନିଆଯାଇନାହିଁ ।