ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ଟାଟା କରିବ ୬୩ ହଜାର କୋଟି ଟଙ୍କାର ନିବେଶ । ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ ।
ଟାଟାର ପ୍ରକଳ୍ପ ଦ୍ୱାରା ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି । ଏ ନେଇ ସୂଚନା ଦେଇଛନ୍ତି, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ।
ମୋଟ ୧ ଲକ୍ଷ ୧୪ ହଜାର କୋଟି ଟଙ୍କାର ବ୍ରେକିଂ ଉଦଘାଟନ ହେବ । କେବଳ ଏମଓୟୁ ନ କରି କାର୍ଯ୍ୟ ଜାରି ରଖିଛନ୍ତି ରାଜ୍ୟ ସରକାର ।
ଜଗତସିଂହପୁରରେ ପୋସ୍କୋ ସ୍ଥାନରେ ଜେଏସଡବ୍ଲ୍ୟୁ ପ୍ଲାଣ୍ଟ କରୁଛି,ଯାହାର କାମ ଆରମ୍ଭ ହୋଇଯାଇଛି ।