fbpx

ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଆରମ୍ଭ ହେଲା ପ୍ରକ୍ରିୟା: ମେ ୩୧ରୁ ଅନଲାଇନ୍ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷକଙ୍କ ବଦଳି ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଚଳିତ ମାସ ୩୧ ତାରିଖରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପୋର୍ଟାଲରେ ଆବେଦନ କରିପାରିବେ । ଚଳିତ ବର୍ଷ ଶିକ୍ଷକ ବଦଳି ପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି । ଏ ବାବଦରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।

ଚଳିତ ମାସ ୩୧ ତାରିଖଠାରୁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଆସନ୍ତା ଅଗଷ୍ଟ ମାସ ୮ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଜୁନ ୧୫ ତାରିଖ ସୁଦ୍ଧା ଆବେଦନ ପତ୍ର ଯାଞ୍ଚ, ୨୦ ତାରିଖ ସୁଦ୍ଧା ପ୍ରସ୍ତାବଗୁଡ଼ିକୁ ନିର୍ଦ୍ଦେଶକଙ୍କ ନିକଟକୁ ପଠାଯିବ, ୨୫ ତାରିଖ ସୁଦ୍ଧା ରେଫରେନ୍ସ ମାମଲାଗୁଡ଼ିକ ରାଜ୍ୟ ମେଡିକାଲ ବୋର୍ଡକୁ ପଠାଯିବ । ଜୁଲାଇ ମାସ ୧୫ ତାରିଖ ସୁଦ୍ଧା ମେଡିକାଲ ବୋର୍ଡ ପକ୍ଷରୁ ରିପୋର୍ଟ ଗ୍ରହଣ କରାଯାଇ ୩୦ ତାରିଖ ସୁଦ୍ଧା ଡ୍ରାଫ୍ଟ ଯୋଗ୍ୟ ତାଲିକା ପ୍ରକାଶ କରାଯିବ ।

ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ଯୋଗ୍ୟତା ଲିଷ୍ଟ ଅଗଷ୍ଟ ୧୬ ତାରିଖରେ ପ୍ରକାଶ କରାଯିବା ପରେ ୨୩ରେ ବଦଳି ନିର୍ଦ୍ଦେଶ ଜାରି କରାଯିବ । ଏହାପରେ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ଷେତ୍ରରେ ଯୋଗଦେବେ । ତେବେ ପ୍ରଧାନ ଶିକ୍ଷକ, ବରିଷ୍ଠ ପ୍ରଧାନଶିକ୍ଷକ, ଆସିଷ୍ଟାଣ୍ଟ ଶିକ୍ଷକ, କନିଷ୍ଠ ଶିକ୍ଷକ, ଚୁକ୍ତିଭିତ୍ତିକ ଜୁନିୟର ଶିକ୍ଷକଙ୍କ କ୍ଷେତ୍ରରେ ଏହି ବଦଳି ନିୟମ ଲାଗୁ ହେବ । ଗଣଶିକ୍ଷା ବିଭାଗର ଅନୁମୋଦନ ମିଳିବା ପରେ ବଦଳି ପ୍ରକ୍ରିୟା ଅରମ୍ଭ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.