fbpx

ଏହି ୧୦ଟି ଖରାପ ଅଭ୍ୟାସ ଆପଣଙ୍କୁ ରହସ୍ୟମୟ ଭାବେ ମୃତ୍ୟୁର ନିକଟତର କରାଇଥାଏ, ଜାଣନ୍ତୁ ସେଗୁଡ଼ିକ

Advertisement

ଖରାପ ଅଭ୍ୟାସ ପାଇଁ ସମସ୍ତଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ, ଏକଥା ପ୍ରାୟତଃ ସମସ୍ତେ ଜାଣନ୍ତି । ମାତ୍ର କିଛି ଏପରି ଅଭ୍ୟାସ ରହିଛି, ଯାହା ବହୁତ ଘାତକ ହେବା ସହ ଧୀରେଧୀରେ ଆପଣଙ୍କୁ ମୃତ୍ୟୁମୁଖକୁ ଟାଣି ନେଇଥାଏ । ବିଶେଷଜ୍ଞଙ୍କ ମତରେ, ଯଦି ଆପଣମାନେ ଏହି ଅଭ୍ୟାସଗୁଡ଼ିକୁ ଅଣଦେଖା କରିବେ, ତେବେ ମୃତ୍ୟୁ ଆପଣଙ୍କୁ ମାଡ଼ି ବସିବା ସୁନିଶ୍ଚିତ । ଆସନ୍ତୁ ଜାଣିବା ସେହିପରି ୧୦ଟି ଖରାପ ଅଭ୍ୟାସ ସମ୍ପର୍କରେ ।

୧- ଯଦି ଆପଣମାନେ ଦୀର୍ଘଦିନ ଧରି ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିନାହାନ୍ତି, ତେବେ ଜାଣିରଖନ୍ତୁ ଏହାର ପ୍ରଭାବରେ ଆପଣ ସ୍କ୍ରିନ କ୍ୟାନସରର ଶିକାର ହେବା ଥୟ। ବିଶେଷ କରି ଗୋରା ଚର୍ମଧାରୀ ଓ ଯେଉଁ ପରିବାରର ପୂର୍ବରୁ କେହି ସ୍କ୍ରିନ କ୍ୟାନସରରେ ଆକ୍ରାନ୍ତ ଥିବେ, ସେମାନେ ଏ କ୍ଷେତ୍ରରେ ସାବଧାନ ରହିବା ଉଚିତ ।

୨- ଅଧିକ ତାପମାତ୍ରା ପରିବେଶରେ ଏକ୍ସରସାଇଜ୍ କରିବା ଦ୍ୱାରା ହାଟଷ୍ଟ୍ରୋକର ଆଶଙ୍କା ବଢ଼ିଥାଏ । ବିଶେଷଜ୍ଞଙ୍କ ମତରେ, ଆମ ଶରୀରରେ ତାପମାତ୍ରା ବୃଦ୍ଧି ପାଇବା ସମୟରେ ସ୍କ୍ରିନରେ ଅଧିକ ରକ୍ତ ପ୍ରବାହ ହୋଇଥାଏ । ଫଳରେ ମାଂସପେଶୀକୁ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ମିଳି ପାରିନଥାଏ । ଏହି କାରଣରୁ ମଣିଷର ସ୍ପନ୍ଦନ ତୀବ୍ର ହେବା ସହ ହାର୍ଟଷ୍ଟ୍ରୋକର ସମସ୍ୟା ସୃଷ୍ଟି ହୋଇଥାଏ ।

୩- କିଛି ଲୋକ ସକାଳେ ଜଳଖିଆ କରିବାକୁ ଭୁଲି ଯାଇଥାନ୍ତି । ବୋଧହୁଏ ଆପଣମାନେ ଜାଣି ନାହାନ୍ତି, ବ୍ରେକଫାଷ୍ଟ ନ ଖାଇବା ଦ୍ୱାରା ଶରୀର କେତେମାତ୍ରାରେ ପ୍ରଭାବିତ ହୁଏ । ଏହା ଆପଣଙ୍କର ଓଜନ, ହରମୋନ, ସ୍ମରଣଶକ୍ତି ଓ ମୁଡ ଉପରେ କୁପ୍ରଭାବ ପକାଇଥାଏ ।

୪- ସର୍ବଦା ଡିନରରେ କମ୍ ଖାଦ୍ୟ ଗ୍ରହଣ କରିବା ଦରକାର । ଅପରପକ୍ଷେ ବ୍ରେକଫାଷ୍ଟ ଓ ଲଞ୍ଚ ସର୍ବଦା ଅଧିକ ମାତ୍ରାରେ ଖାଇବା ଦରକାର । ରାତିରେ ଅଧିକ ଖାଇଲେ ଶରୀରକୁ ଅଧିକ କ୍ୟାଲୋରୀ ମିଳିଥାଏ, ଫଳରେ ତାହା ସହଜରେ ହଜମ ହୋଇନଥାଏ ବୋଲି କହିଛନ୍ତି ୟେଲେ ସ୍କୁଲ ଅଫ୍ ମେଡିସିନର ଜଣେ ପ୍ରଫେସର।

୫- ପ୍ରତ୍ୟେକ ମଣିଷଙ୍କୁ ନିଜ ନିଜର ଦାନ୍ତର ଯତ୍ନ ନେବା ଦରକାର । ଏହାର ଫଳସ୍ୱରୂପ ଆପଣଙ୍କର ସୁନ୍ଦରତା ବୃଦ୍ଧି କରାଇବା ସହ ମୁଖ ଦୁର୍ଗନ୍ଧ ଓ ମୁଖ ଗହ୍ୱର ଯନ୍ତ୍ରଣାରୁ ରକ୍ଷା କରାଇଥାଏ । ଏହାସହ ଯତ୍ନ ଠିକ୍ ସମୟରେ ନେବା ଦ୍ୱାରା ଗଳା ଓ ସିର ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ ।

୬- ସାଧାରଣତଃ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ କିଛି ଲୋକ ପେନ କିଲର୍ସର ବହୁତ ସେବନ କରିଥାନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାକୁ ସେବନ କରିବାର କୁପ୍ରଭାବ ଶରୀର ଉପରେ ପଡ଼ିଥାଏ । ଏହାଦ୍ୱାରା ଅଲସର, ଉକ୍ତ ରକ୍ତଚାପ, ହାର୍ଟ ଆଟାର୍କ ପରି ସମସ୍ୟା ଦେଖାଦେଇଥାଏ ।

୭- ଯଦି ଡାକ୍ତର ଆପଣଙ୍କୁ କିଛି ବିଶେଷ ଡାଇଟ୍ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥାନ୍ତି, ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ । ହୃଦରୋଗ କ୍ଷେତ୍ରରେ ଡାକ୍ତର କମ୍ ଲୁଣ ବ୍ୟବହାର ପାଇଁ କହିଥାନ୍ତି । ଯଦି ଆପଣ ଏହା ନ ମାନି ଅଧିକ ଲୁଣ ବ୍ୟବହାର କରନ୍ତି, ତେବେ ଜୀବନ ବିପଦ ଆଡ଼କୁ ଠେଲି ହୋଇଯାଇଥାଏ ।

୮- ବର୍ତ୍ତମାନ ସମୟରେ କୋଭିଡ୍-୯ ଭ୍ୟାକ୍ସିନ୍ ନେବା ବହୁତ ଜରୁରୀ ହୋଇଗଲାଣି । ଯଦି ଆପଣ ଟିକା ନେବାକୁ ଅଣଦେଖା କରୁଛନ୍ତି, ତେବେ ଭବିଷ୍ୟତରେ ବିପଦରେ ପଡ଼ିପାରନ୍ତି । ଡେଲ୍ଟା ପରି ଦିନକୁ ଦିନ ନୂଆ ନୂଆ ଭାରିଆଣ୍ଟ ସାମନାକୁ ଆସୁଥିବାରୁ ଟିକାର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି ।

୯- ପର୍ଯ୍ୟାପ୍ତ ମାତ୍ରାରେ ନ ଶୋଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଦୁର୍ବଳ ହୋଇଯାଇଥାଏ । ଫଳରେ ଚିଡ଼ଚିଡ଼ା ସ୍ୱଭାବ, ଡିପ୍ରେସନ୍, ଓଜନ ବୃଦ୍ଧି ଆଦି ପରିଲକ୍ଷିତ ହୋଇଥାଏ । ଏହା ସହ ଆପଣଙ୍କ ସ୍କ୍ରିନ୍ ଓ ଇମ୍ୟୁନ୍ ଉପରେ ଏହା ପ୍ରଭାବ ପକାଇବା ସହ ହାଇ ବ୍ଲଡପ୍ରେସର ସମସ୍ୟା ସୃଷ୍ଟି ହୋଇଥାଏ । ଏକ୍ସପର୍ଟଙ୍କ ମତରେ ଦୈନିକ ୮ ଘଣ୍ଟା ନିଦ ନେବା ଦରକାର ।

୧୦- ଧୂମ୍ରପାନ କାରଣରୁ ୩୦ ପ୍ରତିଶତ ଲୋକ ହାର୍ଟ ଓ କ୍ୟାନସରରେ ମୃତ୍ୟୁବରଣ କରୁଥିବା ବେଳେ ୮୦ରୁ ୯୦ ପ୍ରତିଶତ ଲୋକ ଫୁସଫୁସ କ୍ୟାନସରରେ ପ୍ରାଣ ହରାଇଥାନ୍ତି । ସିଗାରେଟ୍, ବିଡ଼ି ସେବନ ଫଳରେ ମୁହଁ, ଗଳା, ବ୍ଲାଡର କ୍ୟାନସର ହୋଇଥାଏ । ତେଣୁ ଏହି ସମସ୍ତ ଦିଗ ପ୍ରତି ଆଜିଠାରୁ ସାବଧାନ ରହି ନିଜର ମୂଲ୍ୟବାନ ଜୀବନକୁ ବଞ୍ଚାଇବା ଦରକାର ।

Get real time updates directly on you device, subscribe now.