fbpx

୨ଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନ ବିଚାରପତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କଲେ ଦର୍ଶନ

Advertisement

ଭୁବନେଶ୍ୱର: ଭାରତର ପ୍ରଧାନ ବିଚାରପତି ଧନଞ୍ଜୟ ୱାଇ ଚନ୍ଦ୍ରଚୁଡ଼ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ପ୍ରଥମେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ ଆଜି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିଲେ।

ତୀର୍ଥଯାତ୍ରୀ ସହରରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଏବଂ ପୁରୀ ଏସପି କାନୱାର ବିଶାଲ ସିଂଙ୍କ ତରଫରୁ CJI କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜଗନ୍ନାଥ ମନ୍ଦିରର ବରିଷ୍ଠ ସେବାୟତମାନେ ତାଙ୍କୁ ଶ୍ରୀମନ୍ଦିରରେ ସ୍ୱାଗତ କରିଥିଲେ।

ଆସନ୍ତାକାଲି କଟକସ୍ଥିତ ଓଡିଶା ଜୁଡିସିଆଲ୍ ଏକାଡେମୀରେ ‘ଡିଜିଟାଇଜେସନ୍, ପେପରଲେସ୍ କୋର୍ଟ ଏବଂ ଇ-ପଦକ୍ଷେପ’ ଉପରେ ଏକ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Get real time updates directly on you device, subscribe now.