fbpx

Pizza ଖାଇଲେ କମିଯାଏ ଆୟୁଷ: ଥରେ ଖାଇଲେ କମିଯାଏ ଜୀବନର ୭.୮ ମିନିଟ୍

ନୂଆଦିଲ୍ଲୀ: ଉତ୍ତମ ଖାଦ୍ୟପେୟ ଅଭ୍ୟାସ ଦ୍ୱାରା ଆମ ଆୟୁଷ ବଢ଼ିପାରେ, କିନ୍ତୁ ଅସ୍ୱାସ୍ଥ୍ୟକର ଖାଦ୍ୟ ଆୟୁଷ କମାଇ ଦେଇଥାଏ । ଏହାକୁ ନେଇ ମିଶିଗନ୍ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ କିଛି ଖାଦ୍ୟ ପଦାର୍ଥ ଓ ସ୍ୱାସ୍ଥ୍ୟ ଉପରେ ସେଗୁଡ଼ିକର ପ୍ରଭାବ ବିଷୟରେ ଜାଣିବାକୁ ଅଧ୍ୟୟନ କରିଥିଲେ । ଯେଉଁଥିରୁ ସେମାନେଏକ ଭୟଙ୍କର ରିପୋର୍ଟ ଜାଣିବାକୁ ପାଇଛନ୍ତି । କିଛି ଖାଦ୍ୟ ଥରେ ଖାଇବା ଦ୍ୱାରା ଆୟୁଷ କିଛି ମିନିଟ୍ ବଢ଼ିଥାଏ ତ ଆଉ କିଛି ଖାଦ୍ୟ ଖାଇଲେ ଆୟୁଷ କମିଯାଏ । ଆସନ୍ତୁ ଜାଣିବା ବୈଜ୍ଞାନିକଙ୍କ ଏହି ରିପୋର୍ଟ କ’ଣ କହୁଛି ।

ଯଦି ଆପଣ ବାଦାମ ଜାତୀୟ ଖାଦ୍ୟ ଥରେ ଖାଆନ୍ତି, ତେବେ ଆପଣଙ୍କ ଆୟୁଷ ୨୬ ମିନିଟ୍ ବଢ଼ିପାରେ । କିନ୍ତୁ ଯଦି ଥରେ ହଟ୍-ଡଗ୍ ଖାଆନ୍ତି, ତେବେ ଜୀବନର ୩୬ ମିନିଟ୍ କମିଯିବ । ସେହିପରି ପିନଟ୍ ବଟର ଓ ଜାମ୍ ସ୍ୟାଣ୍ଡୱିଚ୍ ବ୍ୟକ୍ତିଙ୍କ ବୟସ ଅଧ ଘଣ୍ଟା ପର୍ଯ୍ୟନ୍ତ ବଢ଼ାଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଅଧ୍ୟୟନ ଅନୁସାରେ, ବ୍ୟକ୍ତିର ଆୟୁଷ କମାଉଥିବା ଖାଦ୍ୟ ପଦାର୍ଥଗୁଡ଼ିକ ମଧ୍ୟରେ ପ୍ରକ୍ରିୟାକୃତ ମାଂସ (ଜୀବନର ୨୬ ମିନିଟ୍ କମାଏ), ଚିଜ୍ ବର୍ଗର ସଫ୍ଟ ଡ୍ରିଙ୍କ ଆଉ ପିଜ୍ଜା (୭.୮ ମିନିଟ୍ ଆୟୁଷ କମାଏ) । ଆଜିକାଲି ସମସ୍ତେ ପିଜ୍ଜା ଖାଇବାକୁ ପସନ୍ଦ କରୁଥିବାବେଳେ ଗବେଷଣାର ତଥ୍ୟ ଉପରେ ପୁନର୍ବିଚାରର ସମୟ ଆସିଛି ବୋଲି ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି ।

ସେହିପରି ଆୟୁଷ ବଢ଼ାଉଥିବା ଖାଦ୍ୟ ମଧ୍ୟରେ ରହିଛି ପିନଟ୍ ବଟର, ଜାମ୍ ସ୍ୟାଣ୍ଡୱିଚ୍ , ସାଲମନ୍ ମାଛ, କଦଳୀ, ଟମାଟୋ, ଇତ୍ୟାଦି । ସାଲମନ୍ ମାଛରେ ଖୁବ୍ ଅଧିକ ପୋଷକ ତତ୍ତ୍ୱ ରହିଛି । ଯାହା ଥରେ ଖାଇଲେ ଜୀବନର ୧୬ ମିନିଟ୍ ଆୟୁଷ ବଢ଼ିପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଅଧ୍ୟୟନରୁ ଯେଉଁ ନିଷ୍କର୍ଷ ସାମ୍ନାକୁ ଆସିଛି, ତାହା ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ ।

Get real time updates directly on you device, subscribe now.