ରାଜ୍ୟରେ ଅଛି ୪୫୩୯ ରକ୍ତଚନ୍ଦନ ଗଛ, ଜାଣନ୍ତୁ ନିଲାମ ତାରିଖ କେବେ

ଭୁବନେଶ୍ୱର: ପ୍ରବଳ ହଙ୍ଗାମା ପରେ ଏବେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଅରୁଣ ସାହୁଙ୍କ ଏକ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ଯେ, ‘ରାଜ୍ୟରେ ପ୍ରାୟ ୪୫୩୯ଟି ରକ୍ତଚନ୍ଦନ ଗଛ ଅଛି । ଏପ୍ରିଲ ୯ରେ ଚନ୍ଦନ କାଠର ନିଲାମ ହେବ । ୨୦୭୧ ଚନ୍ଦନ କାଠ ପ୍ରାକୃତିକ ଭାବରେ ଉଠିଯାଇଛି । ଏହା ବ୍ୟତୀତ ପ୍ରାୟ ୨୪୬୮ଟି ରକ୍ତଚନ୍ଦନ ଗଛ ରୋପଣ କରାଯାଇଛି ।’

ଅନ୍ୟପଟେ ୨୦୨୪-୨୫ ବର୍ଷରେ ଓଡ଼ିଶାକୁ ଶୀତ ଋତୁରେ ଆସିଛନ୍ତି ୨୩ ଲକ୍ଷ ୫୫ ହଜାର ୮୫୦ ବିଦେଶୀ ପକ୍ଷୀ । ୫୨ଟି ଜଳାଶୟକୁ ଆସିଛନ୍ତି ଏହିସବୁ ବିଦେଶୀ ପକ୍ଷୀ । ଏହା ସହ ଚିଲିକା ଡିଭିଜନକୁ ଆସିଛନ୍ତି ସର୍ବାଧିକ ୧୧ ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀ । କିନ୍ତୁ କେତେ ପକ୍ଷୀ ଫେରିଯାଇଛନ୍ତି, ତାହାର ଆକଳନ କରାଯାଇ ନାହିଁ । ଏନେଇ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଲିଖିତ ଉତ୍ତା ରଖିଛନ୍ତି ।