fbpx

ବ୍ୟାଙ୍କରେ ଚାକିରି ଖୋଜୁଛନ୍ତି କି ? PNBରେ ଖାଲି ପଡିଛି ଏତିକି ପଦବୀ, ଦରମା ମାସକୁ ଲକ୍ଷେ

Advertisement

ନୂଆଦିଲ୍ଲୀ: ବ୍ୟାଙ୍କ ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଆସିଛି ବଡ଼ ଖବର । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖାଲିପଡିଛି ଡିଫେନ୍ସ ବ୍ୟାଙ୍କିଂ ଆଡଭାଇଜରୀ ପଦବୀ ଖାଲିପଡିଛି। ଇଚ୍ଛକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ pnbindia.in କୁ ଯାଇ ଆବେଦନ କରିପାରିବେ। ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୨୩ ଡିସେମ୍ବର ୨୦୨୨ ରହିଛି। ଏହି ପଦ ପାଇଁ ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ଆଧାରରେ କରାଯିବ। ଏହି ପଦବୀ ପାଇଁ ବାୟୁ ସେନା ଏବଂ ଭାରତୀୟ ନୌସେନାରୁ ରିଟାୟର୍ଡ ହୋଇଥିବା ଅଧିକାରୀ ମଧ୍ୟ ଆବେଦନ କରିପାରିବେ।

ପଦବୀ ବିବରଣୀ : ୧୨

ଡିଫେନ୍ସ ବ୍ୟାଙ୍କିଂ ଆଡଭାଇଜରୀ

ବୟସ ସୀମା : ସିନିଅର ବ୍ୟାଙ୍କିଂ ଆଡଭାଇଜରୀ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୬୦ ବର୍ଷ ଏବଂ ଜୁନିଅର ବ୍ୟାଙ୍କିଂ ଆଡଭାଇଜରୀ ପାଇଁ ସର୍ବାଧିକ ୫୮ ବର୍ଷ ହୋଇଥିବା ଜରୁରୀ।

ମାସିକ ଦରମା : ଏହି ପଦବୀରେ ଚୟନ ହେବା ପ୍ରାର୍ଥୀଙ୍କୁ ୧ ଲକ୍ଷରୁ ଅଧିକ ଦରମା ମିଳିବ ।

କେମିତି ହେବ ଚୟନ :

ଆବେଦନ କରିଥିବା ପ୍ରାର୍ଥୀଙ୍କୁ ପ୍ରଥମେ ସର୍ଟଲିଷ୍ଟ କରାଯିବ। ସର୍ଟଲିଷ୍ଟ କରାଯିବା ପରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ। ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ନାମ ବ୍ୟାଙ୍କର ୱେବସାଇଟରେ ଜାରି କରାଯିବ। ଏହାପରେ ପ୍ରାର୍ଥୀଙ୍କ ଚୟନ ସାକ୍ଷାତକାର ପ୍ରଦର୍ଶନ ଆଧାରରେ କରାଯିବ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କୁ କୌଣସି ପ୍ରକାରର ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ। ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଦେଖିପାରିବେ।

Get real time updates directly on you device, subscribe now.